www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବକପ: ଟେବୁଲ ପଏଣ୍ଟ ଶୀର୍ଷରେ ଭାରତ, ସବୁଠି ବିଜୟ ଉତ୍ସବ

ଅହମ୍ମଦାବାଦ: ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ରେକର୍ଡ। ଅହମ୍ମଦାବାଦରେ ପାକିସ୍ତାନକୁ ୭ ୱିକେଟରେ ହରାଇବା ପରେ ବିଶ୍ବକପ ଟେବୁଲ ପଏଣ୍ଟର ଶୀର୍ଷକୁ ଉନ୍ନୀତ ହେଲା ଭାରତ। ବିଶ୍ବକପରେ ଅଂଶଗ୍ରହଣ କରିଥିବା ସମସ୍ତ ୧୦ଦଳକୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହୋଇଛି ଭାରତ। ବିଶ୍ବକପର ତୃତୀୟ ମ୍ୟାଚରେ ୩ୟ ବିଜୟ ସହ ଭାରତ ୬ ପଏଣ୍ଟ ପାଇ ଶୀର୍ଷକୁ ଉନ୍ନୀତ ହୋଇଛି। ଯଦିଓ ନ୍ୟୁଜିଲାଣ୍ଡ ୬ ପଏଣ୍ଟ ପାଇ ପୂର୍ବରୁ ଶୀର୍ଷରେ ରହିଥିଲା ଆଜିର ମ୍ୟାଚ ପରେ ଉନ୍ନତ ରନ ହାରରେ ଭାରତ ପ୍ରଥମ ସ୍ଥାନ ହାସଲ କରିବାରେ ସଫଳ ହୋଇଛି।

ଭାରତର ଏହି ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇବା ସହ ପରବର୍ତ୍ତୀ ମ୍ୟାଚ ପାଇଁ ମଧ୍ୟ ଶୁଭକାମନା ଜଣାଇଛନ୍ତି। ଅପରପକ୍ଷରେ ସବୁଠି ବିଜୟ ଉତ୍ସବ ଦେଖିବାକୁ ମିଳୁଛି। ପାକିସ୍ତାନ ବିପକ୍ଷ ବିଜୟକୁ ନେଇ ସାରା ଦେଶଷର ବିଜୟ ଉତ୍ସବ ଚାଲିଥିବା ଖବର ମିଳିଛି। ଗାଁଠୁ ସହର ସବୁଠି କ୍ରିକେଟପ୍ରେମୀ ବିଜୟରେ ମସଗୁଲ ହୋଇ ଉଠିଛନ୍ତି। ବାଣଫୁଟାଇ ଓ ଜାତୀୟ ପତାକା ଉଡ଼ାଇ ସମସ୍ତେ ବିଜୟ ଉତ୍ସବ ପାଳିଥିବା ଦେଖିବାକୁ ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories