www.samajalive.in
Saturday, December 13, 2025
21.1 C
Bhubaneswar

୬୨୦୮ମାମଲା ଫଇସଲା,୨.୫୫କୋଟି ଟଙ୍କା ଜରିମାନା ଓ କ୍ଷତିପୂରଣ ଆଦାୟ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆ ଅତିରିକ୍ତ ଜିଲା କୋର୍ଟ ଏବଂ ବଡବିଲ, ହାଟଡିହି ଓ ତେଲକୋଇ ପ୍ରଥମଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ଶନିବାର ଜିଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ସମଗ୍ର ଜିଲାର ବିଭିନ୍ନ ଅଦାଲତରେ ସମୁଦାୟ ୬୨୦୮ଟି ମକଦ୍ଦମାର ଚୂଡାନ୍ତ ଫଇସଲା କରାଯାଇ ୨କୋଟି ୩୫ଲକ୍ଷ ୧୪ହଜାର ୨୫୪ଟଙ୍କା ଜରିମାନା ଓ କ୍ଷତିପୁରଣ ଆଦାୟ ହୋଇଛି । ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲା ଓ ଦୌରାଜଜ୍  ଶୁଭାରମ୍ଭ କରିବା ସହ ନିଜେ ଅଦାଲତ ପରିଚାଳନା କରିଥିଲେ। ଜିଲା କୋର୍ଟ ପରିସରରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପରିବାର ଅଦାଲତ ବିଚାରପତି ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲା ଓ ଦୌରାଜଜ ମମିତା ଦାଶ, ମହିଳା ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ପତଞ୍ଜଳି ସାହୁ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ରଞ୍ଜୁଲତା ଲେଙ୍କା, ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର, ଉପଖଣ୍ଡୀୟ ବିଚାରପତି ସୁମିତ୍ରା ଦାଶ, ପ୍ରଥମଶ୍ରେଣୀ କନିଷ୍ଠ ବିଚାରପତି ଶିବାନୀ ମହାପାତ୍ର, ଆଦ୍ୟାଶା ମିଶ୍ର ଓ ଅମ୍ବିକେଶ ପାଣିଗ୍ରାହୀ ପ୍ରମୁଖ ନିଜ ନିଜ କୋର୍ଟ ପରିଚାଳନା କରିଥିଲେ। ଜିଲା ଆଇନସେବା ପ୍ରାଧିକରଣ ସଚିବ ମାମୀ ବେହେରା ସମସ୍ତ କୋର୍ଟର ତଦାରଖ ଦାୟିତ୍ୱ ସହ ନିଜ କୋର୍ଟ ପରିଚାଳନା କରିଥିଲେ। କୋର୍ଟ ମ୍ୟାନେଜର ଅଚ୍ୟୁତାନନ୍ଦ ସାମନ୍ତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନ ଓ ପରିଚାଳନାର ସଂଯୋଜନା କରିଥିଲେ। ଦେଶର ଅଦାଲତ ଗୁଡିକରେ ବହୁ ମାମଲା ବିଚାର ନିମନ୍ତେ ପଡି ରହିଥିବାରୁ ତାହାର ଆଶୁ ସମାଧାନ, ବହୁମୂଲ୍ୟ ସମୟ ସହ ଅର୍ଥ ସଞ୍ଚୟ ଏବଂ ଗରିବ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଜାତୀୟ ଆଇନସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଆସୁଛି। ବିଶେଷକରି ଉଭୟପକ୍ଷଙ୍କ ସହମତିଭିତ୍ତିରେ ପାରିବାରିକ ବିବାଦର ଆପୋଷ ସମାଧାନ, ଛାଡପତ୍ର ସମ୍ବନ୍ଧୀୟ ମାମଲାର ତ୍ୱରିତ ବିଚାର ପ୍ରକ୍ରିୟା, ଜମିଜମା ସଂକ୍ରାନ୍ତୀୟ ମାମଲାର ଫଇସଲା, ବ୍ୟାଙ୍କ ଋଣ ଖୀଲାପକାରୀଙ୍କ ଆଶୁ ସମାଧାନ ଏହି ଲୋକ ଅଦାଲତରେ ଫଇସଲା କରାଯାଇ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଏହି ଅଦାଲତର ମୂଳ ଲକ୍ଷ୍ୟ ବୋଲି ଜିଲା ଓ ଦୌରାଜଜ୍‌‌ ଶ୍ରୀ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୯ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ଚୂଡାନ୍ତ ବିଚାର କରାଯାଇ ୨କୋଟି ୫ଲକ୍ଷ ୮୬ହଜାର ୬୨୪ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ବୀମା କମ୍ପାନୀଙ୍କୁ ନିର୍ଦ୍ଦେଶ ହୋଇଛି। ୬୧୭୭ଟି ରାଜସ୍ୱ ମକଦ୍ଦମାର ସମାଧାନ କରାଯାଇ ୨୯ଲକ୍ଷ ୨୭ହଜାର ୬୩୦ଟଙ୍କା ଏବଂ ପରିବାର ଅଦାଲତର ୨ଟି ମକଦ୍ଦମା ସମାଧାନ କରାଯାଇଛି। କୋର୍ଟ ସହକାରୀ ନାଜିର ନିର୍ମଳ କୁମାର ନାଏକ, ପ୍ୟାନେଲ ଅଧିବକ୍ତା ସୁନୀଲ କୁମାର ମହାନ୍ତ, ମନୋଜ ମହାକୁଡ, ରମଣୀ ରଞ୍ଜନ ସେଠୀ, ବାରୁଣୀ ନାୟକ, ପ୍ରାଧିକରଣକର୍ମୀ ସତ୍ୟରଞ୍ଜନ ଦାସ, ଦେବବ୍ରତ କୁମାର ଦାସ, ମାନସ ରଞ୍ଜନ ନାଏକ, ଶିଶିର ସାହୁ, ନବକିଶୋର ଦାସ, ଦିପ୍ତୀରଞ୍ଜନ ଅବର୍ଦା ପ୍ରମୁଖ ଉପସ୍ଥିତ ରହି ଅଦାଲତ ପରିଚାଳନାରେ ସହାୟତା କରିଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories