www.samajalive.in
Saturday, December 13, 2025
26.1 C
Bhubaneswar

୬୬ ବର୍ଷ ରେ ପଦାର୍ପଣ କଲା ରାମଚନ୍ଦ୍ରନଗର ଦୁର୍ଗା ପୂଜା, ମୁଖ୍ୟ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମ

ରେଙ୍ଗାଲି:ରେଙ୍ଗାଲି ବ୍ଳକର ରାମଚନ୍ଦ୍ରନଗର ଗ୍ରାମରେ ଆୟୋଜିତ ହେଉଥିବା ୧୯୫୭ ମସିହାରେ ଆମ୍ଭ ହୋଇ ନିରବଚ୍ଛନ୍ନ ଭାବରେ ଅନୁଷ୍ଠିତ ହୋଇ ଆସୁଛି। ଚଲିତ ବର୍ଷ ରାମଚନ୍ଦ୍ରନଗର ଦୁର୍ଗା ପୂଜା ୬୬ ବର୍ଷ ରେ ପଦାର୍ପଣ କରିବାକୁ ଯାଉଛି। ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ବ୍ଳକ୍ ର ଅନ୍ୟତମ ପୁରାତନ ଦୁର୍ଗପୂଜା ରୂପେ ରାମ,ଚନ୍ଦ୍ର ନଗର ର ଦୁର୍ଗାପୂଜା ର ଖ୍ୟାତି ରହିଛି। ଆସନ୍ତା ୨୫ ତାରିଖ ରୁ ନବରାତ୍ର ପୂଜା ଆରମ୍ଭ ହୋଇ ୨୦ ତାରିଖ ଷଷ୍ଠି ତିଥି ପର୍ଯ୍ୟନ୍ତ ଜଗତ୍ ଜନନୀ ମା ଦୁର୍ଗା ଙ୍କ ପୂଜା ଅର୍ଚ୍ଚନା ହେବ। ଆକର୍ଷଣୀୟ ତୋରଣ ଏବଂ ମଣ୍ଡପ ନିର୍ମାଣ ପାଇଁ କାରିଗର ମାନେ ଲାଗି ପଡିଥିବା ବେଳେ ମୂର୍ତ୍ତି କାରିଗର ଜଗତଜନିନୀ ଏବଂ ପାଶ୍ୱର୍ ଦେବୀ ଦେବତା ଙ୍କୁ ଜୀବନ୍ତ ରୂପେ ଦେବା କାମ ରେ ନିୟୋଜିତ ଅଛନ୍ତି। ୍ର ଚଳିତ ବର୍ଷ ଦୁର୍ଗାପୂଜା କୁ ଆହୁରି ଅଧିକ ଆକର୍ଷଣୀୟ ଏବଂ ଲୋକାଭିମୁଖି କରାଯିବ ବୋଲି ପୁଜା କମିଟି ର କର୍ମକର୍ତ୍ତା ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ରାବଣ ପୋଡି ଚଳିତ ବର୍ଷ ର ମୂଖ୍ୟ ଆକର୍ଷଣ ହେବା ବୋଲି କୁଷାଯାଉଛି।କୈଲାସ ମେହେର ଚଳିତ ବର୍ଷ ଦୁର୍ଗା ପୂଜା କମିଟି ର ସଭାପତି ମନୋନୀତ ହୋଇଥିବା ବେଳେ ମନୋଜ ମେହେର ଉପ-ସଭାପତି,, ସରୋଜ କୁମାର ମେହେର ସମ୍ପାଦକ, ଭଗବାନ ପାଉଲେ ସହ-ସମ୍ପାଦକ ଓ ଚନ୍ଦନ ମାହାଣା କୋଷାଧ୍ୟକ୍ଷ ରୂପେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଏହା ବ୍ୟତୀତ ସୁଧାଂଶୁ ମେହେର,ଶ୍ୟାମାନନ୍ଦ ମେହେର,ରୁଦ୍ରପ୍ରତାପ ମେହେର ପ୍ରମୁଖ ୨୭ ଜଣଙ୍କୁ ପୂଜା କମିଟୀ ର ସଭ୍ୟ ରୂପେ ନିଆଯାଇଛି। ଦୁର୍ଗାପୂଜା ଅବସର ରେ ବିଭିନ୍ନ ସ୍ୱାଦ ର ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ କରାଯିବା ର ସ୍ଥିରିକୃତ ହୋଇଛି।
ଆଜି ରାମଚନ୍ଦ୍ରନଗର ସମଲେଇ ମନ୍ଦିର ରେ ମାସମଲେଶ୍ୱରୀ ଙ୍କ ଧବଳମୁଖି ବେଶ ରେ ସଜ୍ଜିତ କରାଯାଇ ମହାଳୟା ପୂଜା ସମ୍ପନ୍ନ କରାଯାଇଛି। ବହୁଶ୍ରଦ୍ଧାଲୁ ଭକ୍ତ ଦେବୀଙ୍କ ଦର୍ଶନ କରି ଆଶିର୍ବାଦ ଗ୍ରହଣନକରିଥିବାର ଦେଖିବାକୁ ମିଳିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories