www.samajalive.in
Thursday, December 11, 2025
15.1 C
Bhubaneswar

ସଚେତନତା ରୋକିବ ସାଇବର ଅପରାଧ

କେନ୍ଦୁଝରଗଡ଼ : ସାଇବର ଠକେଇର ଶୀକାରକୁ ରୋକିବା ଲକ୍ଷ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ ମାଧ୍ୟମରେ ଜିଲାରେ ଆରମ୍ଭ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଉଦ୍‌‌ଯାପିତ ହୋଇଯାଇଛି। ଅଡିଟୋରିୟମରେ ଅନୁଷ୍ଠିତ ଉଦ୍‌‌ଯାପନୀ ସମାରୋହରେ ଜିଲାପାଳ ଆଶିଷ ଠାକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଚେତନତା ହିଁ ସାଇବର ଅପରାଧକୁ ରୋକିବାରେ ସକ୍ଷମ ହୋଇପାରିବ ବୋଲି କହିଥିଲେ । ଏଥି ପାଇଁ ନିଜେ ସଜାଗ ହେବା ସହ ପରିବାର ମଧ୍ୟରେ ଏହି ସଚେତନତା ସୃଷ୍ଟି କରିବାକୁ ମୁଖ୍ୟ ଅତିଥି ଶ୍ରୀ ଠାକରେ ଆହ୍ୱାନ ଦେଇଥିଲେ। କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌‌.ଡି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋଭର ବଶବର୍ତ୍ତୀ ନହୋଇ ସହଜରେ ଅର୍ଥ ଉପାର୍ଜନ ଭଳି ଠକେଇରୁ ରକ୍ଷା କରିପାରିଲେ ହିଁ ସାଇବର ଅପରାଧ କିଛି ମାତ୍ରାରେ ରୋକାଯାଇ ପାରିବ ବୋଲି କହିଥିଲେ। ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ, ଯେ କୌଣସି ବ୍ୟକ୍ତି ସାଇବର ଅପରାଧର ଶୀକାର ହେବା ମାତ୍ରେ ବିଳମ୍ବ ନକରି ସାଇବର ଥାନା କିମ୍ବା ନିକଟସ୍ଥ ପୁଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ଯେ କୌଣସି ବ୍ୟକ୍ତି ସାଇବର ଠକେଇର ଶୀକାର ହେଲେ ବିଳମ୍ବ ନକରି ହେଲପ୍‌‌ଲାଇନ ନମ୍ବର ୧୯୩୦ ଯୋଗେ ତୁରନ୍ତ କଲ କରିବା ସହ ଆବଶ୍ୟକସ୍ଥଳେ www.cybercrime.gov.in ଯୋଗେ ଲଗଇନ୍ କରି ସୂଚନା ଦେବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମ ଶନିବାର ଉଦ୍‌‌ଯାପିତ ହୋଇଥିଲେ ହେଁ ଏହା ସାଧାରଣରେ କିଭଳି ବର୍ଷ ତମାମ ସଚେତନତା ସୃଷ୍ଟି ମାଧ୍ୟମରେ ସାଇବର ଅପରାଧକୁ ରୋକି ହେବ ସେ ନେଇ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ମହିଳା ଓ ବୁଦ୍ଧିଜୀବୀ ମହଲ ଆଗେଇ ଆସିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଶଲକର ଆହ୍ୱାନ ଦେଇଛନ୍ତି। ବିଶେଷକରି କିଭଳି ସାଇବର ଅପରାଧରୁ ସୁରକ୍ଷିତ ରହିବେ, ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା ଅବଲମ୍ବନ, ପିଲାଙ୍କୁ କିଭଳି ସାଇବର ଅପରାଧରୁ ସୁରକ୍ଷିତ ରଖିବେ, ଆର୍ଥିକ କାରବାର ସମୟରେ ସତର୍କତା ଅବଲମ୍ବନ କରିବା, ଅନ୍‌‌ଲାଇନ ସପିଂରେ ସତର୍କତା, କେୱାଇସି, ଆଧାର ଓ ପାନ କାର୍ଡ ସମ୍ପର୍କିିତ ଠକେଇ, ସର୍ଚ୍ଚ ଇଞ୍ଜିନର ବ୍ୟବହାର ଠକେଇ, ନିଯୁକ୍ତି ଠକେଇ, ଋଣ ଆପ୍ ଠକେଇ, ମାଟ୍ରିମୋନିଆଲ ବା ଉପହାର ଠକେଇ, ଅଜଣା ନମ୍ବରୁ ଆସିଥିବା କଲ କିମ୍ବା ସିମ୍‌‌ସ୍ୱାପ୍‌‌ ଠକେଇ, ଟାୱାର ସ୍ଥାପନ ନାମରେ ଠକେଇ, ଓଏଲଏକ୍ସ ଠକେଇ ଭଳି ଘରୋଇ ସତର୍କତା କିଭଳି ଅବଲମ୍ବନ କରିବେ ସେ ସମ୍ପର୍କରେ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଏସ୍‌‌.ପି ସୂଚନା ଦେଇଛନ୍ତି। ସାମ୍ପ୍ରତିକ ସ୍ଥିତିରେ ଛାତ୍ରଛାତ୍ରୀ ବିଶେଷଭାବେ ସାଇବର ଠକେଇର ଶୀକାର ହେଉଥିବାରୁ ସେମାନେ କିଭଳି ଇଣ୍ଟରନେଟ୍‌‌ ସୁରକ୍ଷା ଅଭ୍ୟାସ, ଇଣ୍ଟରନେଟ୍‌‌ ବ୍ୟବହାରର ନୈତିକ ନିୟମ, ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ଗେମିଙ୍ଗ ଆପ୍ଲିକେସନ ବ୍ୟବହାରକ୍ଷେତ୍ରରେ ସତର୍କତା, ଆର୍ଥିକ କାରବାର ଜନିତ ସୁରକ୍ଷା, ଶିଶୁ ପର୍ନୋଗ୍ରାଫି, ପ୍ରତିଶୋଧମୂଳକ ପର୍ନୋଗ୍ରାଫି, ରିପୋର୍ଟିଙ୍ଗ ବା ସୂଚନା ପ୍ରଦାନ ଆଦି ସମ୍ପର୍କରେ ବିଶେଷଭାବେ ଅବଗତ ହେବାପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସ୍ୱତନ୍ତ୍ର ମାର୍ଗଦର୍ଶିକା ସମ୍ପର୍କରେ ସମସ୍ତେ ଅବଗତ ହୋଇ ନିଜେ ସତର୍କ ରୁହନ୍ତୁ ଓ ସୁରକ୍ଷିତ ରହି ସାଇବର ଅପରାଧର କଡା ମୁକାବିଲା କରିବାକୁ ଅତିଥିଗଣ ପରାମର୍ଶ ଦେଇଛନ୍ତି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସାଇବର କାର୍ଯ୍ୟକ୍ରମର ନୋଡାଲ ଅଫିସର ଡିଏସ୍‌‌ପି ଅମ୍ବିତ ମହାନ୍ତି ପ୍ରାରମ୍ଭରେ ଜିଲାବ୍ୟାପୀ ସାଇବର ସଚେତନତା କାର୍ଯ୍ୟକ୍ରମ ସମ୍ପର୍କିତ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ରିଜର୍ଭ ଇନ୍ସପେକ୍ଟର ମାନସ କୁମାର ବେହେରା ଓ ଟାଉନ ଥାନା ଅଧିକାରୀ ସୁନୀଲ କର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories