www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଅଧିକ ଗୁରୁତ୍ବ ଦେଉଥିବାରୁ ବିସିସିଆଇକୁ ସମାଲୋଚନା

ଅହମ୍ମଦାବାଦ୍‌: କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆଜି ମ୍ୟାଚ୍‌ ଖେଳାଯିବାର ଅଛି। ଏହି ମ୍ୟାଚ୍‌କୁ ବିସିସିଆଇ ଅଧିକ ଗୁରୁତ୍ବ ପ୍ରଦାନ କରୁଥିବାରୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହୋଇଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିସିସିଆଇ ଯୋଜନା ରଖିଛି। ଗୋଟିଏ ପଟେ ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରୁଥିବା ବେଳେ ଅନ୍ୟ ପଟେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ନିମନ୍ତେ ବିସିସିଆଇ ତରଫରୁ ସ୍ବତନ୍ତ୍ର ଆୟୋଜନ କରାଯିବା କେତେ ଯୁକ୍ତିଯୁକ୍ତ ବୋଲି କ୍ରିକେଟ୍‌ ପ୍ରଶଂସକ ପ୍ରଶ୍ନ ଉଠାଇଛନ୍ତି।

- Advertisement -

ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ବଲିଉଡ୍‌ ଗାୟକ ଅରଜିତ ସିଂହ, ଶଙ୍କର ମହାଦେବନ ଓ ସୁଖବିନ୍ଦର ସିଂହ ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଅନ୍ୟପକ୍ଷରେ ଭାରତକୁ ଆସିଥିବା ପାକିସ୍ତାନ କ୍ରିକେଟ୍ ଦଳକୁ ବିସିସିଆଇ ତରଫରୁ ସ୍ବତନ୍ତ୍ର ଆତିଥେୟତା ପ୍ରଦାନ କରାଯାଉଥିବାରୁ ଏହାକୁ ସାମାଜିକ ଗଣମାଧ୍ୟମରେ କେତେକ ବ୍ୟକ୍ତି ନାପସନ୍ଦ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories