www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରଧାନଶିକ୍ଷକଙ୍କୁ ବହିଷ୍କାର ଘଟଣା; ବିଇଓ ଅଫିସ ସମୁଖରେ ଛାତ୍ରୀଛାତ୍ରୀଙ୍କ ଧାରଣା

ଗଞ୍ଜାମ: ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଅବସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ବହିଷ୍କାର ଘଟଣାରେ ଗୁରୁବାର ସ୍କୁଲ ଛାତ୍ରଛାତ୍ରୀମାନେ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିବା ସହ ୩ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଧାରଣା ଦେଇଥିଲେ। ଫଳରେ ସେଠାରେ ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ମଧ୍ୟ ଉପସ୍ଥିତ ରହି ପିଲାମାନେ ଦେଇଥିବା ଧାରଣାକୁ ସମର୍ଥନ ଜଣାଇଥିଲେ। ପିଲାମାନେ ଦାବୀ କରିଥିଲେ ଯେ, ଆମର ପ୍ରଧାନଶିକ୍ଷକ ଆମ ସ୍କୁଲକୁ ଫେରାଇ ଦିଅ। ଦୀର୍ଘ ସମୟ ପରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ବେହେରା, ଗଞ୍ଜାମ ଥାନା ପୁଲିସ ପହଞ୍ଚି ଅଭିଭାବକ ଓ ପିଲାମାନଙ୍କୁ ବୁଝାସୁଝା କରିବା ସହ ଆସନ୍ତା ତିନି ଦିନ ମଧ୍ୟରେ ଏହି ଘଟଣାର ସମାଧାନ ହେବା ନେଇ ପ୍ରତିଶୃତି ଦେବା ପରେ ପିଲାମାନେ ସ୍କୁଲକୁ ଫେରିଯାଇଥିଲେ।

ସୂଚନାଯୋଗ୍ୟ ଯେ, କୌଣସି କକ୍ଷରଣରୁ ଗତ କିଛି ଦିନ ହେଲା ବିଇଓ ଭାଗିରଥି ବେହେରା ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ପ୍ରକାଶ ବେହେରାଙ୍କୁ ବହିଷ୍କାର କରିଥିଲେ। ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଥିଲା। ଏହି ଘଟଣାଙ୍କୁ ନେଇ ଗୁରୁବାର ସ୍କୁଲ ସମୟରେ ପାଠପଢା ଛାଡି ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ଛାତ୍ରୀଛାତ୍ର। ପ୍ରଧାନଶିକ୍ଷକ ନ ଆସିଲେ ଆମେ ଆସନ୍ତାକାଲି ହେବାକୁ ଥିବା ପରୀକ୍ଷା ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲ ଛାତ୍ରୀଛାତ୍ର। ପ୍ରଧାନଶିକ୍ଷକ ପ୍ରକାଶ ବେହେରା ଗଣିତ ଓ ଇଂରାଜୀ ବିଷୟରେ ଆମକୁ ପାଠ ପଢାଉଥିଲେ, ଏବେ ଆମେ କିପରି ପଢ଼ିବୁ ବୋଲି କହିଥିଲେ। ପିଲାମାନେ ସ୍କୁଲ ଛାଡ଼ି ଆସି ଧାରଣା କରିବାକୁ ନେଇ ବିଇଓ କାର୍ଯ୍ୟାଳୟ କର୍ମଚାରୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ଅନ୍ୟ ପଟେ ପିଲାମାନେ ସ୍କୁଲ ଛାଡି ଆସିବା ଘଟଣାକୁ ନେଇ ଅଞ୍ଚଳରେ ବର୍ତମାନ ଆଲୋଚନା ଜୋର ଧରିଛି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories