www.samajalive.in
Sunday, December 7, 2025
23.1 C
Bhubaneswar

ରାଜସ୍ଥାନ ନିର୍ବାଚନ ତାରିଖରେ ପରିବର୍ତ୍ତନ; ସାନି ନୋଟିସ୍‌ ଜାରି

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ ହୋଇଛି। ରାଜ୍ୟରେ ଏବେ ନଭେମ୍ବର ୨୩ ନୁହେଁ, ବରଂ ନଭେମ୍ବର ୨୫ରେ ମତଦାନ ହେବ। ଭୋଟ୍‌ ଗ୍ରହଣ ତାରିଖ ପରିବର୍ତ୍ତନ ନେଇ ବୁଧବାର ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

ନିର୍ବାଚନ କମିଶନ କହିଛନ୍ତି ଯେ, ନିର୍ବାଚନ ତାରିଖ ଘୋଷଣା ହେବା ପରେ ଅନେକ ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ଆବେଦନ କରିଥିଲେ। କାରଣ ଏହି ଦିନ ଅନେକ ସଂଖ୍ୟାରେ ବିବାହ ଏବଂ ସାମାଜିକ କାର୍ଯ୍ୟକ୍ରମମାନ ରହିଛି। ଏହାକୁ ଦୃଷ୍ଟିରେ ରଖି କମିଶନ ଏବେ ଭୋଟ୍ ଗ୍ରହଣ ତାରିଖ ୨୫ ନଭେମ୍ବର ଶନିବାରକୁ ପରିବର୍ତ୍ତନ କରିଛନ୍ତି।

- Advertisement -

ନୂତନ ନିର୍ବାଚନ ସୂଚୀ ଅନୁଯାୟୀ, ଅକ୍ଟୋବର ୩୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ। ନଭେମ୍ବର ୭ରେ ନାମାଙ୍କନପତ୍ରର ଯାଞ୍ଚ କରାଯିବ। ନାମାଙ୍କନ ପ୍ରତ୍ୟାହାର ପାଇଁ ନଭେମ୍ବର ୯ ଶେଷ ତାରିଖ। ନଭେମ୍ବର ୨୫ରେ ମତଦାନ ଏବଂ  ପୂର୍ବ ଘୋଷଣା ଅନୁଯାୟୀ ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ।

 

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories