www.samajalive.in
Saturday, December 6, 2025
23.1 C
Bhubaneswar

ସକାଳେ କରନ୍ତୁ ଏହି କାର୍ଯ୍ୟ ; ଦୂର ହେବ ଧନର ଅଭାବ

ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଉପାୟ ବର୍ଣ୍ଣନା କରାଯାଇଛି,ଯାହାର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। କୁହାଯାଏ ସକାଳର ଆରମ୍ଭ ଭଲ ହେଲେ ଦିନଟି ଶୁଭରେ ଅତିବାହିତ ହୋଇଥାଏ। ଜାଣନ୍ତୁ ସକାଳେ କେଉଁ କାର୍ଯ୍ୟ କରିବା ଦ୍ୱାରା ଜୀବନରେ ସୁଖସମୃଦ୍ଧି ସହ ଆର୍ଥିକ କଷ୍ଟ ଦୂର ହୋଇଥାଏ।
ସକାଳେ ଉଠିବା ପରେ ପ୍ରଥମେ ଭଗବାନଙ୍କୁ ସ୍ମରଣ କରନ୍ତୁ। ମୁଖ୍ୟଦ୍ୱାରକୁ ଭଲ ଭାବେ ଧୁଅନ୍ତୁ। ରଙ୍ଗୋଲି ମଧ୍ୟ ସଜାଇ ପାରିବେ।
ସକାଳେ ଓ ସନ୍ଧ୍ୟାରେ ଦୀପ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଘରେ ସୁଖସମୃଦ୍ଧି ସର୍ବଦା ରହିଥାଏ।
ସକାଳ ସମୟରେ ତୁଳସୀଙ୍କୁ ନିକଟରେ ନିଶ୍ଚୟ ପୂଜା କରନ୍ତୁ। ଜଳ ଅର୍ପଣ କରନ୍ତୁ। ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଦୀପ ଲଗାନ୍ତୁ। ଏହାଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ।
ନିୟମିତ ସକାଳେ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଜାତକରେ ଗ୍ରହଙ୍କ ସ୍ଥିତି ମଜଭୂତ ରହିଥାଏ। ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ସକାଳେ ପୂଜା ପରେ ମଥାରେ ଚନ୍ଦନ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories