www.samajalive.in
Saturday, December 13, 2025
26.1 C
Bhubaneswar

ଇସ୍ରାଏଲ ସହ ଦୃଢଭାବେ ଠିଆହୋଇଛି ଭାରତ: ମୋଦୀ

ନୂଆଦିଲ୍ଲୀ: ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ, ନେତନ୍ୟାହୁ ବର୍ତ୍ତମାନର ପରିସ୍ଥିତି ବିଷୟରେ କଥା ହୋଇଛନ୍ତି। ମୋଦୀ କହିଛନ୍ତି, ଭାରତ ଆତଙ୍କବାଦକୁ ସବୁ ପ୍ରକା​‌ରେ ନିନ୍ଦା କରୁଛି। ଏ ସମୟରେ ଇସ୍ରାଏଲ ସହିତ ଭାରତ ଦୃଢତାର ସହ ଠିଆ ହୋଇଛି ବୋଲି ନେତନ୍ୟାହୁଙ୍କୁ କହିଛନ୍ତି ମୋଦୀ।


ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି ଯେ, ‘‘ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ତାଙ୍କ ଫୋନ୍ କଲ୍ ପାଇଁ ଏବଂ ବର୍ତ୍ତମାନର ପରିସ୍ଥିତି ଉପରେ ସଦ୍ୟତମ ସୂଚନା ପ୍ରଦାନ କରିଥିବାରୁ ମୁଁ ଧନ୍ୟବାଦ ଜଣାଉଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ଜନସାଧାରଣ ଇସ୍ରାଏଲ ସହିତ ଦୃଢତାର ସହ ଠିଆ ହୋଇଛନ୍ତି। ଆତଙ୍କବାଦକୁ ଏହାର ସମସ୍ତ ରୂପ ଏବଂ ଅଭିବ୍ୟକ୍ତିରେ ଭାରତ ଦୃଢ ଓ ସ୍ପଷ୍ଟ ଭାବେ ନିନ୍ଦା କରୁଛି।’’

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories