www.samajalive.in
Friday, December 12, 2025
19.1 C
Bhubaneswar

ଶୋଇଥିଲେ ମାଆ-ପୁଅ, ଚଢିଗଲା ଟ୍ରକ୍

କାମାକ୍ଷାନଗର: ଶୋଇଥିବା ବେଳେ ଟଢିଗଲା ଟ୍ରକ୍। ଚାଲିଗଲା ମାଆ ଓ ପୁଅର ଜୀବନ। ପର୍ଜଙ୍ଗ ମେଡିକାଲରେ ମାଆର ମୃତ୍ୟୁ ଘଟିଥିବା ବେଳେ, କାମାକ୍ଷାନଗର ମେଡିକାଲରେ ପୁଅର ମୃତ୍ୟୁ ହୋଇଛି। ମହାବିରୋଡ ଥାନା କୁଟୁରିଆ ଯାତ୍ରାପଡିଆରେ ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ମୃତକ ହେଲେ ମାଆ ରୁନୁ ପଧାନ ଓ ପୁଅ ଲିପୁ ପଧାନ।

ଗତକାଲି ଯାତ୍ରାପଡିଆରେ ବିଳମ୍ବିତ ରାତିରେ ରୁନୁ ପଧାନ, ତାଙ୍କର ମାଆ ଚିତ୍ର ପଧାନ, ପୁଅ ଲିପୁ ପ୍ରଧାନଙ୍କ ସମେତ ୨ଟି ଛୁଆ ଓ କିଛି ଦୂରରେ ସ୍ବାମୀ ତ୍ରିନାଥ ପଧାନ ଶୋଇଥିଲେ। ଟ୍ରକଟି ପଛୁଆ ଆସୁଥିବାବେଳେ ମାଆ ଓ ପୁଅ ଉପରେ ଚଢିଯାଇଥିଲା। ଚିକିତ୍ସା ପାଇଁ ଉଭୟଙ୍କୁ କାମାକ୍ଷାନଗର ଓ ପର୍ଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି। ସମସ୍ତଙ୍କ ଘର କାମାକ୍ଷାନଗର ଥାନା ବେଲବସନ୍ତ ଗ୍ରାମରେ ବୋଲି ଜଣାପଡିଛି। ଏମାନେ ସମସ୍ତେ ମହ୍ଲାର ସମ୍ପ୍ରଦାୟର ହୋଇଥିବାରୁ ବିଭିନ୍ନ ଗ୍ରାମକୁ ଯାଇ ମହୁ ସଂଗ୍ରହ କରି କିମ୍ବା ଘରଘର ବୁଲି ମାଗିକରି ଚଳିଥାନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories