www.samajalive.in
Friday, December 12, 2025
19.1 C
Bhubaneswar

ସାଇବର ଅପରାଧ ରୋକିବା ପାଇଁ ସଚେତନତା ଅଭିଯାନ

ଲଡୁଗାଁ: ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି। ସଚେତନତା ଅଭାବରୁ ଲୋକେ ସାଇବର ଠକମାନଙ୍କ ଶିକାର ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ପୁଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ରୋକିବା ଓ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତି ପୁଲିସ ଥାନା ଅଧୀନରେ ପଥପ୍ରାନ୍ତ ସଭା ସହିତ ସଚେତନତା ରଥ ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ମଙ୍ଗଳବାର କୋକସରା ଥାନା ପରିସରରେ ସାଇବର ଅପରାଧର ବିଭିନ୍ନ ଦିଗ ପ୍ରତି ସତର୍କ ରହିବାକୁ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ ତହସିଲଦାର ଦେବବ୍ରତ କରାଟି, ସାଇବର ସେଲର ଅଧିକାରୀ ବି. ଏନ. ନାୟକ ଯୋଗଦେଇ ସାଇବର ଅପରାଧର ଡିଜିଟାଲ ଠକେଇ ଓ ଠକଙ୍କ ପ୍ରଲୋଭନରେ ନପଡିବାକୁ ପରାମର୍ଶ ଦେବା ସହ ସଚେତନ କରିଥିଲେ। କାର୍ଯ୍ୟକ୍ରମକୁ କୋକସରା ଥାନା ଅଧିକାରୀ ରୋନିତା ପ୍ରଧାନ ପରିଚାଳନା କରିଥିବା ବେଳେ ସମସ୍ତ ଥାନା କର୍ମଚାରୀ ସହଯୋଗ କରିଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories