ବାସୁଦେବପୁରରେ ପ୍ରେମ ବିବାହ କରିଥିବା ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ବାସୁଦେବପୁର – ଭଦ୍ରକ ଖରିନ୍ଦା ବିନାୟକପୁର ଗାଁରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ପରେ ବାସୁଦେବପୁର ଥାନାରେ ସ୍ୱାମୀ ଆତ୍ମସମର୍ପଣ କରିଛି ।
ପରକୀୟା ପ୍ରୀତି ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଦୁଇ ବର୍ଷ ତଲେ ଦୁଇ ଜଣ ପ୍ରେମ ବିବାହ କରିବା ପରେ ତାମିଲନାଡୁ ଚାଲିଯାଇଥିଲେ ।
ପରେ ଘରକୁ ଫେରିବା ବାଟରେ ଏପରି ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ କରିଛି ।
Comments are closed.