www.samajalive.in
Sunday, December 14, 2025
26.1 C
Bhubaneswar

କ୍ଲାଉଡିଆ ଗୋଲ୍ଡିନ୍‌ଙ୍କୁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଲୀ – ରୟାଲ ସ୍ୱେଡିଶ୍‌ ଏକାଡେମୀ ଅଫ୍‌ ସାଇନ୍ସ ପକ୍ଷରୁ ୨୦୨୩ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି ।

ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନ୍‌ଙ୍କୁ ଚଳିତ ବର୍ଷ ଅର୍ଥନୀତିପାଇଁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯିବ । ମହିଳାଙ୍କର ଶ୍ରମ କ୍ଷେତ୍ରରେ ଯୋଗଦାନ ଏବଂ ଏହାର ଫଳାଫଳ ବିଷୟରେ ସେ ଗବେଷଣା କରିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଯାହା ସାମାଜିକ ସ୍ଥିରତା ଏବଂ ମହିଳାଙ୍କ ଅର୍ଥନୈତିକ ବିକାଶ ପାଇଁ ବେଶ୍‌ ସହାୟକ । ସେ ଏହି ଗବେଷଣା ପାଇଁ ୨୦୦ ବର୍ଷର ତଥ୍ୟ ସଂଗ୍ରହ କରିଥିଲେ ।

- Advertisement -

ଗତବର୍ଷ ଅର୍ଥନୀତିରେ ତିନିଜଣଙ୍କୁ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା । ବେନ୍‌ ଏସ୍‌ ବର୍ନାନକେ, ଡଗଲସ୍‌ ଡବ୍ଲୁ ଡାୟମଣ୍ଡ ଏବଂ ଫିଲିପ୍‌ ଏଚ୍‌ ଜାୟବବିଗ୍‌ଙ୍କୁ ୨୦୨୨ ବର୍ଷ ପାଇଁ  ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

୧୯୬୯ ମସିହାଠାରୁ ଅର୍ଥନୀତିରେ ନୋବେଲ୍‌ ପୁରସ୍କାର ପ୍ରଦାନ କରାଯାଉଛି ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories