www.samajalive.in
Sunday, December 14, 2025
26.1 C
Bhubaneswar

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଥାନାରେ ମାମଲା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଆଲ୍ଲୀପୁର ଛକର ଜଣେ ଯୁବକଙ୍କ ସନ୍ଦେହ ଜଣକ ଅବସ୍ଥାରେ ସମ୍ବଲପୁରରେ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ଶବକୁ ଗାଁକୁ ଆଣି ଶଶ୍ମାନକୁ ଶେଷକୃତ୍ୟ ପାଇଁ ନେବା ବେଳେ ଅଭିଯୋଗ ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପୂର୍ବକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ଘଟଣା ନେଇ ମୃତ ଯୁବକ ବଳରାମ ସାହୁ (୩୭)ଙ୍କ  ପତ୍ନୀ ଗୀତାଞ୍ଜଳି ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତକ ବଳରାମ ଗତ ୨୮ ତାରିଖରେ ସମ୍ବଲପୁରରେ ରହୁଥିବା ତାଙ୍କ ସାଙ୍ଗ ବୁଲୁଙ୍କ ନିକଟକୁ ଯାଇଥିଲେ। ସେଠାରେ ରହୁଥିବା ସମୟରେ ବଳରାମ ଶନିବାର ବଳରାମ ଶୌଚ ହେବାକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ବଳରାମ ଶୌଚାଳୟରୁ ନବାହାରିବାରୁ  ବୁଲୁ କବାଟ ବାଡେଇ ଥିଲେ। ସନ୍ଦେହ ହେଵା ପରେ ପୋଡ଼ଶୀଙ୍କ ଉପସ୍ଥିତିରେ କବାଟ ଭାଙ୍ଗିଥିଲେ। ବଳରାମ ଅଚେତ ଅବସ୍ଥାରେ ଶୌଚାଳୟ ପରିସରରେ ପଡ଼ି ରହିଥିବା ଦେଖିବା ସହ ନିଶ୍ୱାସ ପ୍ରଶ୍ୱାସ ଯାଉନଥିବା ଜାଣିପାରି ବଳରାମଙ୍କ ବାପା ଓ ଭାଇକୁ ଖବର ଦେଇଥିଲା। ପରେ ପରିବାର ପକ୍ଷରୁ ବଳରାମଙ୍କ ମୃତ ଶରୀରକୁ ନିଜ ଗ୍ରାମ ଅଲ୍ଲିପୁର ଛକରେ ରହୁଥିବା ଘରକୁ ଆଣିବା ପାଇଁ କହିଥିଲେ। ଶନିବାର ପ୍ରାୟ ସନ୍ଧ୍ୟାରେ ବୁଲୁ ବଳରାମଙ୍କ ମୃତ ଶରୀରକୁ ବ୍ରହ୍ମପୁର ଠାରେ ପରିବାରକୁ ହସ୍ତାନ୍ତର କରିଥିବା ବାପା ଅଭିରାମ ସାହୁ ପ୍ରକାଶ କରିଛନ୍ତି। ବଳରାମଙ୍କ ପରିବାର ଲୋକେ ମୃତଶରୀରକୁ ଶଶ୍ମାନକୁ ନେବା ପାଇଁ ପ୍ରସ୍ତୁତି ସରିଥିବା ବେଳେ ପତ୍ନୀ ଗୀତାଞ୍ଜଳି ବଳରାମର ମୃତ୍ୟୁକୁ ସନ୍ଦେହ କରି ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅପମୃତ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଇଥିଲା। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ନିଜ ଗ୍ରାମ ଶଶ୍ମାନ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ପୁଲିସ କହିଛି। ଏ ନେଇ ବଳରାମର ବାପାଙ୍କସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ ତାଙ୍କ ପୁଅ ବଳରାମ ଜଣେ ହୃଦରୋଗୀ ଥିବା ସହ ମେଡିସିନ ଖାଉଥିଲେ । ଅନ୍ୟ ପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବଳରାମଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories