www.samajalive.in
Sunday, December 14, 2025
23.1 C
Bhubaneswar

ଆଠଗଡ ଜିଲ୍ଲା ଦାବି ପାଇଁ କ୍ରିୟାନୁଷ୍ଠାନ କମିଟି ଗଠିତ

ଆଠଗଡ :  ଆଠଗଡକୁ ଜିଲ୍ଲା ଘୋଷଣା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ୯୦ଦଶକର ପ୍ରଥମ ଭାଗରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡିଶାର ୧୩ଟି ଜିଲ୍ଲାକୁ ୩୦ଜିଲ୍ଲା କରିବା ସମୟରୁ ଆଠଗଡକୁ ଜିଲ୍ଲା ଦାବି କରାଯାଇ ଆସୁଛି । ନିକଟରେ ରାଜ୍ୟର ପଦ୍ମପୁର ଓ ଅନ୍ୟ ସ୍ଥାନରେ ଜିଲ୍ଲା ଦାବି ଉଠିବା ସମୟରେ ଆଠଗଡର ଗଡଜାତ ପରିକ୍ରମା ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ମଧ୍ୟ ଜିଲ୍ଲା ଦାବି କରାଯାଇଛି । ୨୦୨୨ ଓ ୨୦୨୩ରେ ଗଡଜାତ ପରିକ୍ରମା ପକ୍ଷରୁ ଜିଲ୍ଲା ଦାବି କରି ସରକାରଙ୍କୁ ଏକାଧିକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏପରିକି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଆଠଗଡକୁ ଜିଲ୍ଲା ଦାବିକରି ୨ଟି ସ୍ମାରକପତ୍ର ମିଳିଥିବା ସ୍ୱୀକାର କରିଥିଲେ । ରବିବାର ଗଡଜାତ ପରିକ୍ରମା ପକ୍ଷରୁ ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏକ ବୈଠକରେ ଏ ସଂପର୍କରେ ଆଲୋଚନା କରାଯିବା ସହ ଦାବିକୁ ଜୋରଦାର ଭାବେ ଉପସ୍ଥାପନ କରିବା ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା । ଗଡଜାତ ପରିକ୍ରମାର ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଇଂ ପ୍ରିୟବ୍ରତ ଦାସ, କଂଗ୍ରେସ ନେତା ସୁଦର୍ଶନ ସାହୁ, ଅଶୋକ ଦାଶ, ଆଇନଜୀବୀ ଜୟନ୍ତ ପଣ୍ଡା, ପ୍ରତିମା ପଣ୍ଡା, ଇଂ ମହେଶ ପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଆଗାମୀ ୧୬ତାରିଖଠାରୁ ଆଠଗଡକୁ ଜିଲ୍ଲା ମାନ୍ୟତା ଦେବା ଦାବି ନେଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିକାତ୍ମକ ଧାରଣା ଦିଆଯିବା ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଗଡଜାତ ପରିକ୍ରମା ସଂପାଦକ ଲଲାଟେନ୍ଦୁ ସେନାପତିଙ୍କ ସୁତ୍ରରୁ ପ୍ରକାଶ

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories