www.samajalive.in
Thursday, December 11, 2025
16.1 C
Bhubaneswar

ପାକିସ୍ତାନରେ  ତେହରିକ -ଇ-ଲାବାଇକ ପାର୍ଟିର ମୁଖ୍ୟ ଗିରଫ

ଇସଲାମାବାଦ . –  ପାକିସ୍ତାନରେ ଥିବା ତେହେରିକ-ଇ-ଲବାକ ପାକିସ୍ତାନର ମୁଖ୍ୟ ଖାଦିମ୍‌ ହୁସେନ୍‌ ରିଜିଭିଙ୍କୁ ଗିରଫ କରାଯାଇଛି । ସେ ଲୋକମାନଙ୍କୁ ଏସିଆ ବିବି ନାମକ ମହିଳାଙ୍କ ମୁକ୍ତି ବିରୋଧରେ ଲୋକଙ୍କୁ ମତାଇବା ସହ  ବିଭିନ୍ନ ହିଂସାତ୍ମକ ପ୍ରଦର୍ଶନ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ଖାଦିମଙ୍କୁ ଗିରଫ କରାଯାଇଛି ।

ଏସିଆ ବିବି ନାମକ ଖ୍ରୀଷ୍ଟିଆନ ମହିଳା କିଛି ଇସଲାମ ବିରୋଧି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ତଳ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ମାତ୍ର ପରେ ଏହି ଅଭିଯୋଗ ମିଛ ବୋଲି ପ୍ରମାଣିତ ହୋଇଥିଲା । ବିଶ୍ୱର ଅନେକ ସମୁଦାୟ ଏହି ଆଦେଶର ବିରୋଧ କରିଥିଲେ। ପରେ ପାକିସ୍ତାନର ସୁପ୍ରିମକୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ । ଏହାର ବିରୋଘରେ ଖାଦିମ ଲୋକମାନଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ମତାଇଥିଲେ ।  ରବିବାରରେ ଆଉ ଏକ ପ୍ରଦର୍ଶ କରିବା ପାଇଁ ଯୋଜନା ଚାଲିଥିବା ବେଳେ ଖାଦିମଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରାଯିବା ସମୟରେ ତାଙ୍କ ସମର୍ଥକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories