www.samajalive.in
Sunday, December 14, 2025
26.1 C
Bhubaneswar

ସରକାରୀ ପ୍ରାଥମିକ ବିଦ୍ୟାଳୟ ଗ୍ୟାସ ଟାଙ୍କିରେ ନିଆଁ, ଅଳ୍ପକେ ବର୍ତ୍ତିଲେ ୫୬ ଛାତ୍ରଛାତ୍ରୀ

ଧାମରା:ଧାମରା ନିକଟସ୍ଥ ଏକ ପ୍ରାଥମିକ ବିଦ୍ୟାଳୟରେ ୫୬ଛାତ୍ରଛାତ୍ରୀ ନିଆଁ ଦାଉରୁ ରକ୍ଷା ପାଇଛନ୍ତି। ପ୍ରାପ୍ତ ଖବରରୁ ଜଣାଯାଇଛି ଦୋସିଙ୍ଗା କ୍ଲଷ୍ଟର ଅଧିନସ୍ଥ ସାବିତ୍ରି ସରାଇ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସମୟରେ ଗ୍ୟାସ ପାଇପରେ ଛିଦ୍ର ଥିବା ସମୟରେ ବିଦ୍ୟାଳୟକୁ ଆସିଥିବା ପାଚିକା ଏହା ଜାଣି ନପାରି ଗ୍ୟାସ ଚୁଲ୍ଲାରେ ଅଗ୍ନି ସଂଯୋଗ କରିବାରୁ ତତକ୍ଷଣାତ ଏହି ନିଆଁ ଲାଗିଥିଲା।ଫଳରେ ନିଆଁ ଗ୍ୟାସ ପାଇପରୁ ଗ୍ୟାସ ସିଲିଣ୍ଡର ପର୍ଯ୍ୟନ୍ତ ବ୍ୟାପିବା ସହ ଗ୍ୟାସ ସିଲିଣ୍ଡର ମଧ୍ୟ ଜଳିଥିଲା। ଉକ୍ତ ବିଦ୍ୟାଳୟରେ ୧-୫ମ ଶ୍ରେଣୀ ପର୍ଯ୍ୟନ୍ତ ୫୬ଜଣ ଛାତ୍ରଛାତ୍ରୀ ଅଧ୍ୟାପନା କରୁଥିବା ବେଳେ ଏହି ଘଟଣା ଘଟିଥିଲା।

ତତକ୍ଷଣାତ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରକୁ ପଳାଇ ଆସିଥିଲେ। ଫଳରେ ଏକ ନିଶ୍ଚିତ ମୃତ୍ୟୂ ମୁଖରୁ ସମସ୍ତ ଛାତ୍ରଛାତ୍ରୀ ବର୍ତ୍ତି ଯାଇଥିବା ଜଣାଯାଇଛି। ପରେ ସ୍ଥାନୀୟ ଲୋକେ ଧାମରା ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଯାଇ ସେଠାରେ ଗ୍ୟାସ ସିଲିଣ୍ଡରରେ ଲାଗିଥିବା ନିଆଁକୁ ଲିଭାଇବାରେ ସକ୍ଷମ ହୋଇଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ଘରକୁ ପଠାଇ ଦିଆଯାଇଥିଲା। କେଉଁ ପରିସ୍ଥିତିରେ ଗ୍ୟାସ ଉପରେ ଧ୍ୟାନ ଧାରଣା ନଥିବା ପାଚିକାଙ୍କୁ ଏହି ଗ୍ୟାସରେ ରୋଷାଇ କରିବାକୁ ଦିଆଗଲା ଏବଂ ଏହି ରୋଷେଇ ପୂର୍ବରୁ କିପରି ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ସହକାରୀ ଶିକ୍ଷକ ଏହି ଗ୍ୟାସ ସିଲିଣ୍ଡର ଏବଂ ଗ୍ୟାସ ପାଇପକୁ ଚେକ ନ କରି ସଂପୃକ୍ତ ପାଚିକାଙ୍କୁ ରୋଷେଇ କରିବାକୁ ନିର୍ଦେଶ ଦେଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି।

- Advertisement -

ଏହି ବାବଦରେ ସଂପୃକ୍ତା ପ୍ରଧାନ ଶିକ୍ଷୟତ୍ରୀ ଶକୁନ୍ତଳା ନାୟକଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷ ଜନ କ ଉତର ଦେଇ ନଥିଲେ। ଅନ୍ୟ ପକ୍ଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଉତ୍ତମ ସାରେ ଏହି କଥା ଶୁଣିବା ପରେ ନିଜ ମୋବାଇଲକୁ ବନ୍ଦ କରି ଦେଇଥିଲେ। ତୁରନ୍ତ ବିଦ୍ୟାଳୟ ପରିସରରେ ମଧ୍ୟାହ୍ନ ଭୋଜନ ରୋଷେଇ ଗ୍ୟାସ ସିଲିଣ୍ଡରେ ନିଆଁ ଲାଗିଥିବା କଥାକୁ ସର୍ବସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ କେଉଁ ପରିସ୍ଥିତିରେ ରୋଷେଇ ପୂର୍ବରୁ ଗ୍ୟାସ ପାଇପ ଏବଂ ରେଗୁଲେଟରକୁ ଶିକ୍ଷକ/ଶିକ୍ଷୟତ୍ରୀ ଯାଞ୍ଚ କଲେ ନାହିଁ, ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି। ଏ ବାବଦରେ ବ୍ଲକ ଶିକ୍ଷାଧିକାରୀ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ପାରି ନଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories