www.samajalive.in
Saturday, December 13, 2025
26.1 C
Bhubaneswar

ବିଏସଏଫ ପକ୍ଷରୁ ଯୁବ ମତ ବିନିମୟ କାର୍ଯ୍ୟକ୍ରମ

ମାଲକାନଗିରି : ଜିଲ୍ଲା ସଦର ମହକୁମାର ଏମ.ଭି-୩ ସ୍ଥିତ ବିଏସଏଫ କ୍ୟାମ୍ପଠାରେ ନେନେର ଯୁବ କେନ୍ଦ୍ର ପକ୍ଷରୁ ୧୫ ତମ ଆଦିବାସୀ ଯୁବ ମତ ବିନିମୟ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଏସଏଫ୍  ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନ। ଯୋଗ ଦେଇ ମାଥିଲି ବ୍ଲକର ଦୂର୍ଗମ ଅଂଚଳର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶର ବିଭିନ୍ନ ରାଜ୍ୟର କଳା, ସଂସ୍କୃତି, ଚାଲିଚଳଣୀ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଏସଏଫ କମାଣ୍ଡାଣ୍ଟ ଶିବ ଓମ, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝି, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶୁଭଞ୍ଜନ ମହାପାତ୍ର, ନେହେରୁ ଯୁବ କେନ୍ଦ୍ରର ହରିଶ ରୁପାଲ ଯୋଗ ଦେଇଥିଲେ । ଆସନ୍ତା ୧୦ ତାରିଖଠାରୁ ୧୬ ତାଳରେ ପର୍ଯ୍ୟନ୍ତ ଚଣ୍ଡିଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା ୧୫ ତମ ଅଦିବାସୀ ଯୁବ ମତ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସନ୍ତାକାଲି ଚଣ୍ଡିଗଡ଼ ଯାତ୍ରା ଆରମ୍ଭ କରିବେ । ଜିଲ୍ଲାର ମାଥିଲି ବ୍ଲକର ବିଭିନ୍ନ ଦୁର୍ଗମ ଅଚଳର ୧୦ ଜଣ ବାଳକ ଓ ୧୦ ଜଣ ବାଳିକାଙ୍କ ସମେତ ମୋଟ ୨୦ ଜଣ ଆଦିବାସୀ ଛାତ୍ରୀ ଯାତ୍ରା କରିବେ। ଏହି ସମୟରେ ପଞ୍ଜାବ ରାଜ୍ୟପାଳ, ମନ୍ତ୍ରୀ, କ୍ରୀଡ଼ାବିତ, ଅଭିନେତା, ଅଭିନେତ୍ରୀଙ୍କ ସମେତ ଶ୍ରେଷ୍ଠ ବ୍ୟକ୍ତିତ୍ଵଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories