www.samajalive.in
Thursday, December 11, 2025
16.1 C
Bhubaneswar

କନ୍ଧମାଳରେ କଂଗ୍ରେସ କାଯ୍ୟକ୍ରମ

ଫୁଲବାଣୀ: ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ର ରେ ବିଜେପି ସରକାର ଥିବା ହେତୁ ଓଡିଶାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧକ୍ଷ ଶରତ ପଟନାୟିକଙ୍କର ତତ୍ତ୍ବାଧାନରେ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲାର ଫୁଲବାଣୀ , ଜି.ଉଦୟଗିରି ଓ ବାଲିଗୁଡ଼ା ନିର୍ବାଚନ ମଣ୍ଡଳିରେ ଏହି କାର୍ଯ୍ୟକ୍ରମ ଦିନକୁ ଦିନ ବୃଦ୍ଧି ପାଇଥିବା ବେହଳେ ଦାରିଙ୍ଗବାଡି ବ୍ଲକ କଂଗ୍ରେସ ତରଫରୁ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି, ତିଲରୀ, ବୁଡ଼ାଗୁଡା ପଞ୍ଚାୟତର ବିଭିନ୍ନ ଗାଁ କରିପାଙ୍କକ୍ଷ, ଆଲକ୍ଷରି, ଲାରୀବାଡ଼ି, ଗବାଟବାଡ଼ି, ସରୁମାହା, ଜୋହାନପଲି ଅଞ୍ଚଳରେ ପ୍ରତି ଘରକୁ ଘର ବୁଲି ବେକାରୀ ସମସ୍ୟା, ବିପଯ୍ୟସ୍ତ ଡାକ୍ତରୀ ବ୍ୟବସ୍ଥା ଓ ଗରିବ ଲୋକଙ୍କର ବାସହୀନର ବ୍ୟବସ୍ତା ନେଇ ସମସ୍ୟା ଏବଂ କଂଗ୍ରେସ ଶାସନର ଓଡିଶା ପ୍ରତି ଅବଦାନ ସେ ନେଇ ସମସ୍ତ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲା। କାଯ୍ୟକ୍ରମକୁ ଦାରିଙ୍ଗବାଡି ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରଦୀପ ନାୟକ, ନାରୀନେତ୍ରୀ ସୀମଳରାଣୀ ପଡ୍ରା, ସୁବିତା ଦିଗାଲ, କାଥଲିନା ପରିଛା, ଏଲନ ନାୟକ, ଶିଶିର ପରିଛା,ଦୀପକ ପ୍ରଧାନ, ଅାମାନ ନାୟକ, ବିଧ୍ୟ୍ୟଧର ମାଲିକ ଆଦି କାଯ୍ୟକ୍ରମ ରେ ସାମିଲ ଥିଲେ କ୍ଷ ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲାରେ କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories