ଏସୀୟ କ୍ରୀଡ଼ା: ଜାଭେଲିନ ଥ୍ରୋରେ ଇତିହାସ ରଚିଲା ଭାରତ, ନୀରଜ ସ୍ବର୍ଣ୍ଣ ଓ ରୌପ୍ୟ ଆଣିଲେ ଓଡ଼ିଆ ପୁଅ କିଶୋର

ହାଙ୍ଗଝୌ: ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାର ୧୧ତମ ଦିନ ବୁଧବାର ଭାରତ ପାଇଁ ଏକ ଐତିହାସିକ ଦିନ। ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାତେଇଛି ଭାରତ। ଭାରତର ଷ୍ଟାର୍ ଖେଳାଳି ନୀରଜ ଚୋପ୍ରା କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଏସୀୟ କ୍ରୀଡ଼ାରେ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ଜିତିଥିବା ବେଳେ ଓଡ଼ିଆ ପୁଅ କିଶୋର କୁମାର ଜେନା ଦେଶ ପାଇଁ ଆଣିଛନ୍ତି ରୌପ୍ୟ ପଦକ। ନୀରଜ ୮୮.୮୮ ମିଟର ଦୂର ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି କିଶୋର ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ଅପରପକ୍ଷେ, ଜାପାନର ରୋଡରିକ୍ ଗେନ୍‌କି ଡିନ୍‌ ୮୨.୬୮ ମିଟର ଜାଭେଲିନ ଫିଙ୍ଗି ବ୍ରୋଞ୍ଜ୍ ପଦକ ଜିତିଛନ୍ତି।

 

Comments are closed.