www.samajalive.in
Sunday, December 14, 2025
26.1 C
Bhubaneswar

ସେବିକା ହେବା ଈଶ୍ୱରଙ୍କ ଆଶୀର୍ବାଦ

ଗୁରୁଡିଝାଟିଆ,: ସେବିକା ହେବା ଈଶ୍ୱରଙ୍କ ଆଶୀର୍ବାଦ। ସେବିକା ବ୍ରତରେ ନିର୍ଲିପ୍ତ ସହିତ ସେବା କରି ଦେଶର ବୀରଙ୍ଗନା ସାଜିଥାଏ ଯଥାର୍ଥ ସେବିକା। ଯାହାର ଉଦାହରଣ ହେଉଛି ବୌଦ୍ଧସନ୍ୟାସୀ ରାଜା ଅଶୋକଙ୍କୁ ଚଣ୍ଡାଶୋକ କୁ ଧର୍ମାଶୋକରେ ପରିଣତ କରିବା। ସେବାର ଭାବରେ ସମସ୍ତଙ୍କ ଭିତରେ ବସୁଧୈବ କୁଣ୍ଟୁମ୍ବକମ୍ ବାର୍ତ୍ତା ପ୍ରଦାନ କରି ମୂର୍ମୂଷୁ ରୋଗୀମୁହଁରେ ବଞ୍ଚିବାର ଆଶା ସଂଚାର କରିଥାଏ ସେବିକା ବୋଲି ରାଜ୍ୟସଭା ସାଂସଦ ଡଃ ପ୍ରଶାନ୍ତ ନନ୍ଦ ମତପ୍ରକାଶ କରିଥିଲେ। ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟକୁ ଆଜି ପରିଦର୍ଶନ କରି ଏକ ବୈଠକରେ ସାଂସଦ ଶ୍ରୀ ନନ୍ଦ କହିଥିଲେ ଜୀବନରେ ଅନେକ ବୟସ ଅତିକ୍ରାନ୍ତ କରିଛି। କେବେ ହିସାବ କରିନାହିଁ। ଏମିତି ଅନେକ ସନ୍ଧ୍ୟା ଆସିଛି। ସେଥିରେ କିଛି ସନ୍ଧ୍ୟା ମନେରହେ। ଖୁସିର ପସରା ଭରିଦିଏ। ସେହିଭଳି ଏକ ସନ୍ଧ୍ୟା ଗୋପବନ୍ଧୁ ଆଧ୍ୟାତ୍ମିକ କେନ୍ଦ୍ରରେ ଭେଟିଦେଇଛି ଯାହା ସବୁଦିନ ଅମଳିନ ହୋଇ ରହିବ। ଉପସ୍ଥିତ ସେବିକା ବିଦ୍ୟାର୍ଥୀମାନେ ବାସ୍ତବରେ ଭାଗ୍ୟବାନ। ସେମାନେ ସଂକଟ ସମୟରେ ବୀର ରୂପେ ସେବା ମାଧ୍ୟମରେ ଜାତିର ତ୍ରାଣକର୍ତ୍ତା ସାଜିଥାନ୍ତି। ପ୍ରତ୍ୟେକ ସେବିକା କାରୁବାକି ହେବାର ଆବଶ୍ୟକତା ରହିଛି। ଆମ ରାଜ୍ୟ ଉତ୍କଳର କୀର୍ତ୍ତି କୃତୀ , ମହାନତା ,ବୈଭବ ଓ ସୁନ୍ଦରତା ଆଉପାଦେ ଆଗେଇନେବା କାର୍ଯ୍ୟକରିବା ଉପରେ ଶ୍ରୀ ନନ୍ଦ ମତପ୍ରକାଶ କରିଥିଲେ।

ପ୍ରାରମ୍ଭରେ ସାଂସଦ ଶ୍ରୀ ନନ୍ଦ ଗୋପବନ୍ଧୁ ଚିକିତ୍ସାଳୟର ଆଇସିୟୁ, ନିଦାନ କେନ୍ଦ୍ର, ରଞ୍ଜନରଶ୍ମୀଗୃହ, ଏମଆରଆଇ, ସିଟିସ୍କାନ, ଅଲ୍ଟ୍ରାସାଉଣ୍ଡ,ଚିକିତ୍ସିତ ରୋଗୀଙ୍କୁ ଭେଟିବା ସହ ଉପସ୍ଥିତ ଥିବା ଚିକିତ୍ସକଙ୍କୁ ଚିକିତ୍ସା ସଂପର୍କରେ ପଚାରିବୁଝିଥିଲେ।

- Advertisement -

ଗ୍ରାମ ପରିବେଶରେ ଉନ୍ନତ ଧରଣର ଚିକିତ୍ସାସେବା ଓ ପ୍ରାକୃତିକ ପରିବେଶ କୁ ଦେଖି ସାଂସଦ ଶ୍ରୀ ନନ୍ଦ ଆନନ୍ଦିତ ହୋଇଥିଲେ। ପକ୍ଷୀଘର ପୁସ୍ତକ ପ୍ରକାଶନର ମୁଖ୍ୟ ବନୋଜ କୁମାର ତ୍ରିପାଠୀ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କହିଥିଲେ ବିଫଳତାରେ ଭାଙ୍ଗି ନପଡି ଆଗକୁ ବଢିତାଲିଲେ ଜୀବନରେ ସଫଳତାର ଶିଡି ଚଢିପାରିବା। ଯାହାର ଉଦାହରଣ ହେଉଛନ୍ତି ଆମ ସମସ୍ତଙ୍କ ସମ୍ମାନସ୍ପଦ ପ୍ରଶାନ୍ତ ନନ୍ଦ। ସେ ଏକ ଓ ଅନନ୍ୟ ବୋଲି କହିବା ସହି ବିଦ୍ୟାର୍ଥୀମାନେ ପ୍ରତିକୂଳ ପରିବେଶରେ ନିଜକୁ ଦୃଢ କରି ଆଗକୁ ବଢିବା ପାଇଁ କହିଥିଲେ।

ଲୋକ ସେବକ ମଣ୍ଡଳ ଓଡିଶା ଶାଖାର ଅଧ୍ୟକ୍ଷ ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜ ପରିଚାଳନା କମିଟିର ସଭାପତି ନିରଞ୍ଜନ ରଥ ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ, ସାଂସଦ ଶ୍ରୀ ନନ୍ଦ ବହୁମୁଖି ପ୍ରତିଭାର ଅଧିକାରୀ। ପରସମଣି ସଦୃଶ। ରତ୍ନଗର୍ଭା ଓଡିଆ ମାଆର ସୁଯୋଗ୍ୟ ସନ୍ତାନ। ଅତିଥି ସାଂସଦ ଶ୍ରୀ ନନ୍ଦ ଓ ଶ୍ରୀ ତ୍ରିପାଠୀ ଙ୍କ ଆଗମନ ପ୍ରତିଷ୍ଠାନର ଗୌରବରେ ସହାୟକ ହେବ। ପୂଣ୍ୟାତ୍ମା ଉତ୍କଳମଣି ଙ୍କ ନୀତି ଆଦର୍ଶରେ ଚିକିତ୍ସାଳୟ ଓ ସେବିକା ମହାବିଦ୍ୟାଳୟ ଗଢିଉଠି ଉତ୍ତମ ସେବା ଯୋଗାଇଦେଉଥିବା ସଂପର୍କରେ ଶ୍ରୀ ରଥ କହିଥିଲେ।

ଅନୁଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ନର୍ସିଂର୍ କଲେଜର ଅଧ୍ୟକ୍ଷ ଏଡଉଇନ ଆନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପପ୍ରବନ୍ଧକ ଡଃ ନିତ୍ୟ ସୁନ୍ଦର ସିଏ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନର୍ସିଂବିଦ୍ୟାର୍ଥୀମାନେ ସାଂସଦ ତଥା ଚଳଚିତ୍ର ଜଗତର ନିର୍ଦ୍ଦେଶକ ଅଭିନେତା ଶ୍ରୀ ନନ୍ଦଙ୍କ ଚଳଚିତ୍ରର କିଛି ଦୃଶ୍ୟକୁ ପରିବେଷଣ କରିଥିଲେ। ନର୍ସିଂ ବିଦ୍ୟାର୍ଥୀ ଶ୍ରୀମତୀ ଗାଗରାଇ ଓ ସାଥି ମୁରୁଜ ମାଧ୍ୟମରେ ସାଂସଦ ଶ୍ରୀ ନନ୍ଦଙ୍କ ଚିତ୍ର ଆଙ୍କିଥିଲେ।
ଅନୁଷ୍ଠାନ ପକ୍ଷରୁ ଆଗନ୍ତୁକ ଅତିଥିଙ୍କୁ ଉତ୍ତରୀୟ,ପ୍ରତିମୂର୍ତ୍ତି ଓ ପୁସ୍ତକ ସହିତ ଜ୍ଞାନରଥଙ୍କ ପ୍ରସ୍ତୁତ ବ୍ୟଙ୍ଗଚିତ୍ର ପ୍ରଦାନ କରାଯାଇଥିଲା। ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ ବିବରଣୀ ପାଠ କରିଥିବା ବେଳେ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories