ଭୁବନେଶ୍ୱର: ଶିକ୍ଷା ବର୍ଷ ୨୦୨୩-୨୪ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଅନ୍ଲାଇନ୍ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ମୋଟ ୫,୨୦,୯୨୦ ଆସନ ମଧ୍ୟରୁ ୪,୧୧,୮୨୬ ଜଣ ବିଦ୍ୟାର୍ଥୀ ଏକାଦଶ ଶ୍ରେଣୀ ପାଇଁ ନାମ ଲେଖାଇଛନ୍ତି । ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଯେଉଁ ଛାତ୍ରଛାତ୍ରୀ ଅଦ୍ୟାବଧି ଏକାଦଶ ଶ୍ରେଣୀରେ ନାମ ଲେଖାଇ ପାରିନାହାନ୍ତି, ସେମାନଙ୍କୁ ପୁନଶ୍ଚ ସୁଯୋଗ ଦେବା ନିମିତ୍ତ ତୃତୀୟ ପର୍ଯ୍ୟାୟ ଅନ୍ଲାଇନ୍ ନାମଲେଖା ପ୍ରକ୍ରିୟା ଆସନ୍ତା ୦୪.୧୦.୨୦୨୩ ଠାରୁ ଆରମ୍ଭ ହେବାକୁ ଯାଉଛି।
ଇଛୁକ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବସାଇଟ ମାଧ୍ୟମରେ ନାମଲେଖା ସମ୍ପର୍କୀୟ ସବିଶେଷ ବିବରଣୀ ଜାଣିବା ସହିତ ଅନ୍ଲାଇନ୍ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ହେଉଛି ୦୮.୧୦.୨୦୨୩ (ରାତି ୧୧.୫୫) ରଖାଯାଇଛି। ଏହି ନାମ ଲେଖା ପ୍ରକ୍ରିୟାର ମେଧା ତାଲିକା ତା ୧୧.୧୦.୨୦୨୩ ରିଖ (ଦିନ ୧୧.୦୦) ପ୍ରକାଶ ପାଇବ ଏବଂ ଏହାର ନାମଲେଖା ପ୍ରକ୍ରିୟା ତା.୧୩.୧୦.୨୦୨୩ ରୁ ୧୪.୧୦.୨୦୨୩ ମଧ୍ୟରେ ସମ୍ପାଦନ କରାଯିବ। ସେହିପରି ଅପେକ୍ଷା ତାଲିକା (େୱଟିଂ ଲିଷ୍ଟ)ରେ ଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କର ପଞ୍ଜୀକରଣ ଓ ନାମଲେଖା ତା ୧୬.୧୦.୨୦୨୩ ରିଖରୁ ତା.୧୯.୧୦.୨୦୨୩ ରିଖ ମଧ୍ୟରେ ସମାପନ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



