www.samajalive.in
Sunday, December 14, 2025
26.1 C
Bhubaneswar

ଶାଳୀକୁ ଦୁଷ୍କର୍ମ ଅଭିଯୋଗରେ ଭିଣୋଇ ଗିରଫ

ଗୋପାଳପୁର: ଗୋଳନ୍ଥରା  ଥାନା ଅନ୍ତର୍ଗତ କନିଷି ଅଞ୍ଚଳରେ ଶାଳୀକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଓ ଆକ୍ରମଣ କରିବାର ଧମକ ଦେବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଭିରୋଇକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି। ଗିରଫ ଭିଣୋଇ ଜଣଙ୍କ ହେଲେ କନିଷି ହାଟ ଖଟେଇ କଲୋନୀ ଦ୍ୱିତୀୟ ଲାଇନର ବି. ରାଜା ରାଓ ବୋଲି ଜଣାପଡିଛି।

ଅଭିଯୋଗ ଅନୁଯାୟୀ ରାଜା ବିବାହ ପରେ ନିଜ ସ୍ତ୍ରୀ ସହ ଖଟେଇ କଲୋନୀରେ ରହୁଥିବା ବେଳେ ଶାଳୀ ମଧ୍ୟ ରହି ଆସୁଥିଲେ। ରାଜା ରାଓ ଅନେକ ସମୟରେ  ସ୍ତ୍ରୀ ଘରେ ନଥିବାର ସୁଯୋଗରେ ଶାଳୀକୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ଦୀର୍ଘ ଦିନ ଦୁଷ୍କର୍ମ କରି ଆସୁଥିଲେ। ରାଜା ରାଓଙ୍କ ଅନୈତିକ ସମ୍ପର୍କ ନେଇ  ଗତ ସେପ୍ଟେମ୍ବର ୧୫  ତାରିଖରେ ନିଜ ଭଉଣୀକୁ ସମସ୍ତ ଘଟଣା କହିବା ପରେ ସ୍ତ୍ରୀ ଓ ଶାଳୀ ଉଭୟ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ରାଜା ରାଓ ସ୍ତ୍ରୀ ଓ ଶାଳୀଙ୍କୁ ଆକ୍ରମଣ କରିବା ସହ ହତ୍ୟା ଧମକ ଦେଇଥିଲେ। ଏ ନେଇ ଶାଳୀ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶ ନଂ ୩୯୦/୨୩ ରେ ଏକ ମାମଲା ରୁଜୁ ସହ ରାଜାକୁ ଗିରଫ  ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories