www.samajalive.in
Sunday, December 14, 2025
23.1 C
Bhubaneswar

ଚିକିତ୍ସା ଅବହେଳାରୁ ସ୍ତ୍ରୀର ମୃତ୍ୟୁ ଅଭିଯୋଗ ଆଣିଲେ ସ୍ୱାମୀ; ମାଜିଷ୍ଟ୍ରେଟ୍‌‌ଙ୍କ ଉପସ୍ଥିତିରେ ତଦନ୍ତ ଆରମ୍ଭ

କେନ୍ଦୁଝରଗଡ଼: ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ସ୍ତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ସ୍ୱାମୀ। ଏଭଳି ଅଭିଯୋଗ ଆଣିଛନ୍ତି ବାରିଆ ଥାନା ପଡୁଆ ଗ୍ରାମର ନଳିନୀକାନ୍ତ ମହାନ୍ତ। ନଳିନୀକାନ୍ତଙ୍କ ସ୍ତ୍ରୀ ପୁଷ୍ପଲତା ଟ୍ୟୁମର ରୋଗରେ ଆକ୍ରାନ୍ତ ଥିବାବେଳେ ଚିକିତ୍ସା ନିମନ୍ତେ ତାଙ୍କୁ ଅଗଷ୍ଟ ୨୪ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପୁଷ୍ପଲତା ଚିକିତ୍ସାଧିନ ଥିବାବେଳେ ଘରୋଇ ଚିକିତ୍ସାଳୟ କେନ୍ଦୁଝର ହସ୍ପିଟାଲର ଜନୈକ ଏଜେଣ୍ଟ ପୁଷ୍ପଲତାଙ୍କ ସ୍ୱାମୀ ନଳିନୀକାନ୍ତଙ୍କୁ ଭେଟି ସ୍ତ୍ରୀର ଭଲ ଚିକିତ୍ସା ସହ ସୁସ୍ଥ କରିବାକୁ ହେଲେ ବର୍ତ୍ତମାନ ତୁମ ସ୍ତ୍ରୀକୁ ଘରକୁ ନେଇ ପଳାଅ ଓ ୪୦ହଜାର ଟଙ୍କା ଯୋଗାଡ କରି ଆସିଲେ ଡାକ୍ତର ପହିଙ୍କ ଦ୍ୱାରା ପରିଚାଳିତ କେନ୍ଦୁଝର ହସ୍ପିଟାଲରେ ଲାପ୍ରସ୍କୋପି ମାଧ୍ୟମରେ ଶୀଘ୍ର ଭଲ ହୋଇଯିବେ ବୋଲି କହିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ସେ ତାଙ୍କ ସ୍ତ୍ରୀକୁ ଘରକୁ ନେଇ ପଳାଇଥିଲେ।

ଅର୍ଥ ଯୋଗାଡ କରିବା ପରେ ନଳିନୀକାନ୍ତ ସ୍ତ୍ରୀ ପୁଷ୍ପଲତାଙ୍କୁ ସଙ୍ଗରେ ଧରି ସେପ୍ଟେମ୍ବର ୩୦ ତାରିଖ ସକାଳ ୯ଟାରେ କେନ୍ଦୁଝର ହସ୍ପିଟାଲରେ ପହଞ୍ଚି ଆଡମିସନ୍ କରିଥିଲେ। ପରଦିନ ଅର୍ଥାତ୍‌‌ ଅକ୍ଟୋବର ୧ ତାରିଖ ରାତି ୮ଟାରେ ଅପରେସନ ପାଇଁ ଓ.ଟିରେ ଭର୍ତ୍ତି କରିବା ଅଢ଼େଇ ଘଣ୍ଟା ପରେ ଚିକିତ୍ସା କରୁଥିବା ଡାକ୍ତର ପହି ରାତି ସାଢ଼େ ୧୦ଟାରେ ନଳିନୀଙ୍କୁ ଡାକି ରକ୍ତ ଯୋଗାଡ଼ କରିବାକୁ କହିଲେ। ସବୁଠାରୁ ବଡ଼କଥା ସ୍ତ୍ରୀର ଅପରେସନ ପରେ ମଧ୍ୟ ଚିକିତ୍ସାଳୟ ପକ୍ଷରୁ ବ୍ଲଡ ଗ୍ରୁପ ଚିହ୍ନଟ କରାନଯାଇ ସ୍ୱାମୀକୁ ରାତି ୧୧ଟାରେ ବ୍ଲଡ ଦରକାର ବୋଲି କହିବା ନଳିନୀଙ୍କୁ ଅଡୁଆରେ ପକାଇଥିଲା। ସ୍ତ୍ରୀର ବ୍ଲଡ ଗ୍ରୁପ୍‌‌ ଏବି ପଜିଟିଭ୍‌‌ ବୋଲି ମନେ ରଖି ନଳିନୀ ପତ୍ନୀର ଜୀବନ ରକ୍ଷା ପାଇଁ ରକ୍ତ ଭଣ୍ଡାରରେ ପହଞ୍ଚିଥିଲେ ମଧ୍ୟ ରକ୍ତ ଯୋଗାଡ କରିବାକୁ ସକ୍ଷମ ହୋଇନପାରି ନିରାଶ ହୋଇ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେତେବେଳକୁ ତାଙ୍କ ସ୍ତ୍ରୀର ମୃତ୍ୟୁ ହୋଇ ସାରିଥିବା ବେଳେ ଗୁରୁତର ଥିବା ଦର୍ଶାଇ ଚିକିତ୍ସାଳୟ ପକ୍ଷରୁ ଏକ ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲ କିମ୍ବା ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର ଟିକେଟ ଦେଇ ଜଣେ ସହାୟକଙ୍କ ଦ୍ୱାରା ପଠାଇଥିଲେ। ବିଳମ୍ବିତ ରାତି ୩ଟାରେ ଚଣ୍ଡିଖୋଲ ନିକଟ ଏକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ଡାକ୍ତରଙ୍କ ଦ୍ୱାରା ସ୍ତ୍ରୀ ମୃତ ଘୋଷଣା ପରେ ସେ କେନ୍ଦୁଝରକୁ ଫେରାଇ ଆଣିଥିଲେ। ତେବେ କେନ୍ଦୁଝର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ପୁଷ୍ପଲତାଙ୍କ ମୃତ୍ୟୁ ହୋଇଥିବା ସ୍ୱାମୀ ନଳିନୀକାନ୍ତ ଅଭିଯୋଗ କରିଛନ୍ତି। ଘରୋଇ ଚିକିତ୍ସାଳୟ ‘କେନ୍ଦୁଝର ହସ୍ପିଟାଲ’ରେ ଚିକିତ୍ସାରେ ଅବହେଳା ଯୋଗୁଁ ସ୍ତ୍ରୀର ମୃତ୍ୟୁ ହୋଇଥିବା ନେଇ ସ୍ୱାମୀ ନଳିନୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ଇନ୍ସପେକ୍ଟର ସୁନୀଲ କର କହିଛନ୍ତି। ଜଣେ ମାଜିଷ୍ଟ୍ରେଟ୍‌‌ଙ୍କ ଉପସ୍ଥିତିରେ ମୃତ ପୁଷ୍ପଲତାଙ୍କ ଅପମୃତ୍ୟୁର ତଦନ୍ତ ଆରମ୍ଭ ସହ ଚିକିତ୍ସାରେ ଅବହେଳାଜନିତ ମୃତ୍ୟୁ ଅଭିଯୋଗ ଅନୁଯାୟୀ ଗ୍ରୁପ୍‌‌ ଅଫ୍‌‌ ଡକ୍ଟର୍ସଙ୍କ ଦ୍ୱାରା ଶବ ବ୍ୟବଛେଦ କରାଯାଇ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଚିକିତ୍ସାରେ ଅବହେଳା ଯୋଗୁଁ ପତ୍ନୀର ମୃତ୍ୟୁ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ସ୍ୱାମୀ ନଳିନୀକାନ୍ତ ଦାବି କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories