www.samajalive.in
Sunday, December 14, 2025
26.1 C
Bhubaneswar

ଔଷଧ ଖାଇବା ସମୟରେ ପିଆଜ ଖାଉଥିଲେ..

ପିଆଜରେ ପର୍ଯ୍ୟାପ୍ତ ମିନେରାଲ୍‍ସ ଏବଂ ଭିଟାମିନ୍‍ ରହିଛି। କିନ୍ତୁ ଏହାକୁ ଅଧିକ ଖାଇଲେ କ୍ଷତିକାରକ ହୋଇପାରେ। ଜାଣନ୍ତୁ, ମାତ୍ରାଧିକ ପିଆଜ ଖାଇଲେ ଶରୀର ଉପରେ କି ପ୍ରଭାବ ପଡେ..

କଞ୍ଚା ପିଆଜରେ ଗନ୍ଧକ ଆଧାରିତ ତତ୍ତ୍ୱ ଥାଏ। ତେଣୁ ଏହା ଖାଇଲେ ପାଟିରୁ ବହୁସମୟ ପର୍ଯ୍ୟନ୍ତ ଦୁର୍ଗନ୍ଧ ବାହାରେ।

- Advertisement -

ପିଆଜରେ ଥିବା ଏହି ତତ୍ତ୍ୱ ଶରୀରକୁ ଯାଇ ଥାୟୋସାୟନେଟ୍‍ ହୋଇଯା’ନ୍ତି। ଏହା ଥାଇରଏଡ ଗ୍ରନ୍ଥିର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରେ। ତେଣୁ ମାତ୍ରାଧିକ ପିଆଜ ସବୁବେଳେ ଖାଇବା ଗଳଗଣ୍ଡର କାରଣ ହୁଏ।

କେହିକେହି ଦିନକୁ ୫୦୦ଗ୍ରାମରୁ  ଅଧିକ ପିଆଜ ଖାଇଥାନ୍ତି। ଏହା ଏନିମିଆ ହେବାର ଆଶଙ୍କା ବଢାଏ।
ଯେଉଁମାନଙ୍କର ଚର୍ମ ସମ୍ବେଦନଶୀଳ, ସେମାନଙ୍କ ଠାରେ ପିଆଜ ଖାଇଲେ ଆଲର୍ଜି, ଯଥା- ଫୋଟକା ସୃଷ୍ଟି ହେବା, ଫୁଲିଯିବା ଏବଂ ବହୁବାର ଶ୍ୱାସକ୍ରିୟାରେ ସମସ୍ୟା ଆଦି ହୋଇପାରେ।

ଅଧିକ ପିଆଜ ଖାଇଲେ ଗ୍ୟାଷ୍ଟ୍ରିକ୍‌‌ ହେବାର ଆଶଙ୍କା ରହିଛି। ବହୁଲୋକଙ୍କଠାରେ ପିଆଜର କ୍ଷତିକାରକ ପ୍ରତିକ୍ରିୟା ଭାବେ ଏସିଡିଟି ହୋଇ ପେଟ ଜଳାପୋଡା କରିଥାଏ।

ଔଷଧ ଖାଇବା ସମୟରେ ପିଆଜ ଖାଉଥିଲେ ଏହା ଔଷଧକୁ ପ୍ରଭାବିତ କରିପାରେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories