www.samajalive.in
Saturday, December 13, 2025
26.1 C
Bhubaneswar

ଫିରିଙ୍ଗିଆରେ ବିଭିନ୍ନ ଅନୁଷ୍ଠାନରେ ଅନୁଷ୍ଠିତ ହେଲା ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ ଅନୁଷ୍ଠାନରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତ ପରିସରରେ ଫୁଲବାଣୀ ବିଧାୟକ ଯୋଗ ଦେଇ ସ୍ୱଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ପଞ୍ଚାୟତ କର୍ମଚାରୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ସାମିଲ ହୋଇ ସଫା ସୁତୁରା କରିଥିଲେ। ଅନୁରୂପ ଭାବରେ ସାଡୀଙ୍ଗିଆ ପଞ୍ଚାୟତରେ ବି ଏସ ଏଫ ଯବାନ, ବିଦ୍ୟାଳୟର ଶିକ୍ଷକ, ଛାତ୍ର ଛାତ୍ରୀ ଓ ପଞ୍ଚାୟତ କର୍ମଚାରୀ ମିଶି ସ୍ୱଛତା କାର୍ଯ୍ୟକ୍ରମ କରିଥିଲେ। ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ସାମିଲ ଥିଲେ। ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ହୋଇଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ବିଭାଗ ଫିରିଙ୍ଗିଆ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀଙ୍କ ମିଳିତ ସହଯୋଗରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରବୋଧ କୁମାର ପ୍ରଧାନ, ଡାକ୍ତର ସୁମନ୍ତ ମାଝୀ, ବି ପି ଏମ, ଅଜୟ କୁମାର ସାହୁ, ବିଡିଏମ ପ୍ରତ୍ୟୁଷ କାଣ୍ଟି, ପିଏଚଇଓ ସୀମାଦ୍ରୀ ମହାରଣା, ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ସଂଯୋଜକ ସତ୍ୟବାନ ଦଳବେହେରା ଯୋଗ ଦେଇଥିବା ବେଳେ ନିର୍ମଳ ସଂସ୍ଥା କର୍ମଚାରୀ, ମେଡିକାଲ କର୍ମଚାରୀଙ୍କ ସହ ପିଜେଡି ୟୁଥ କ୍ଲବ ଜାର୍ଗୀପଡାର ଯୁବକ ଯୁବତୀ ଯୋଗ ଦେଇ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମେଡିକାଲ ପରିସର ସହ ଗେଟ ବାହାରେ, କୂଅ, ନଳକୂପ ଆଦି ସ୍ଥାନରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଥିଲା। ଅନୁରୂପ ଭାବରେ ସମନ୍ୱିତ ଶିଶୁଵିକାଶ କାର୍ଯ୍ୟାଳୟ ପରିସର, ବ୍ଲକ କାର୍ଯ୍ୟାଳୟ ପରିସର, ଫିରିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶସିପଦର ଗାଁ ନଳ କୂପ କୁଅ, ରାସ୍ତା ପାର୍ଶ୍ଵ ସହ କେଳା ପଡା ଏବଂ ପବିଙ୍ଗିଆ ପଞ୍ଚାୟତ ସହ ବ୍ଲକର ବିଭିନ୍ନ ଅନୁଷ୍ଠାନରେ ମଧ୍ୟ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories