www.samajalive.in
Saturday, December 13, 2025
26.1 C
Bhubaneswar

ଯୁବ ରେଡ଼କ୍ରସ ପକ୍ଷରୁ ବରିଷ୍ଠ ରେଡ଼କ୍ରସ ପରାମର୍ଶଦାତାଙ୍କୁ ସମ୍ବର୍ଦ୍ଧନା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପକ ଡଃ କୁଳମଣି ପ୍ରଧାନଙ୍କୁ ଜିଲ୍ଲା ରେଡ଼କ୍ରସ ପରିବାର ତରଫରୁ ଅଧ୍ୟାପନା ବୃତ୍ତିରୁ ଅବସର ନେଇଥିବାରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ସେନାପତି, ମୁଖ୍ୟ ବକ୍ତା ଭାବେ ପଦ୍ମପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସୁରେଶ କୁମାର ଆଚାର୍ଯ୍ୟ ଯୋଗ ଦେଇ ଡ଼. ପ୍ରଧାନଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରି କହିଥିଲେ ଯେ ଯୁବ ରେଡକ୍ରସର ଜଣେ ମାଷ୍ଟର ଟ୍ରେନର, ରକ୍ଷକ ପ୍ରୋଗ୍ରାମର, ମାଷ୍ଟର ଟ୍ରେନର ରହି ସଚେତନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବେଛାସେବୀମାନଙ୍କୁ ପ୍ରେରଣା ଦେଉଥିଲେ। ନାଟ୍ୟକାର ଭାବେ ଅନେକ ନାଟକର ସ୍ରଷ୍ଟା ଓ ସମ୍ମାନର ଅଧିକାରୀ ତଥା ବିଜ୍ଞାନକୁ ଭଲ ପାଉଥିବା ସୁବକ୍ତା ଭାବେ ଜିଲ୍ଲାରେ ପରିଚିତି ଲାଭ କରିଥିବା ଡ଼ ପ୍ରଧାନ ଜଣେ ମିଷ୍ଟଭାଷୀ ମଣିଷ ଭାବେ ଆମ୍ଭ ମାନଙ୍କର ଅତି ପ୍ରିୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ରେଡ଼କ୍ରସ ସମ୍ପାଦକ ପ୍ର. ଡ଼. ମମତା ପଣ୍ଡା,କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଗୀତାଞ୍ଜଳି ମିଶ୍ର, ଯୋଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ପବିତ୍ର ମୋହନ କର, ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଅଧ୍ୟାପକ ବସନ୍ତ କୁମାର ନାୟକ, କୁଶଳେଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ମହେଶ୍ୱର ପାତ୍ର, ଅଧ୍ୟାପକ ନିହାର ରଞ୍ଜନ ସାମଲଙ୍କ ବାର୍ତ୍ତା ପଠନ କରିଥିଲେ ସଭାପତି ହିମାଂଶୁ ଶେଖର ମହାନ୍ତ। ସମସ୍ତ ରେଡ଼କ୍ରସ ବନ୍ଧୁ ଅବସରୋତ୍ତର ଜୀବନ ସୁଖମୟ କାମନା କରିବା ସହିତ ଆଗାମୀ ଦିନରେ ରେଡ଼କ୍ରସର ଉନ୍ନତି ପାଇଁ ସହଯୋଗ କରିବାକୁ ଆଶା ପୋଷଣ କରିଥିଲେ। ସଭାରେ ଜ୍ୟୋତି ମାଡାମ, ତୃପ୍ତି ମାଡାମ, ରୂପଶ୍ରୀ, ଶିବାନୀ, ପ୍ରଜ୍ଞା, ପଦ୍ମିନୀ ଯୋଗ ଦେଇ ମାନପତ୍ର, ଉତ୍ତରୀୟ, ଓ ଉପଢୌକନ ପ୍ରଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories