www.samajalive.in
Sunday, December 14, 2025
26.1 C
Bhubaneswar

ସମୁଦ୍ରରେ ଭାସିଯାଉଥିବା ବେଳେ ୨ ଉଦ୍ଧାର

ଗୋପାଳପୁର: ଗୋପାଳପୁର ସମୁଦ୍ରରେ ଗାଧୋଉଥିବା ସମୟରେ ଦୁଇ ଜଣ ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ। ଉଦ୍ଧାର ହୋଇଥିବା ଦୁଇ ଯୁବକ ଗୋଳନ୍ଥରା ଥାନା ଅନ୍ତର୍ଗତ କୁଠାରସିଂର ସାଗର ସାହୁ ଓ ସୁରଜ ସାହୁ ବୋଲି ଜଣାପଡ଼ିଛି ।

ସୂଚନା ପ୍ରକାରେ, ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ଗୋପାଳପୁର ସମୁଦ୍ରର ସି ପଲ ଲଜ୍ ସମ୍ମୁଖରେ ଗାଧୋଉଥିବା ବେଳେ ଉଭୟ ପ୍ରଖର ସ୍ରୋତରେ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଘଟଣା ଜଣାପଡ଼ିବା ପରେ ବେଳାଭୂମି ଡ୍ୟୁଟିରେ ଥିବା ଲାଇଫ ଗାର୍ଡ ଜି ଚିଟି ବାବୁ ଓ ଲିଙ୍ଗରାଜ ବେହେରା ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଟ୍ୟୁବ ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟ କିଛି ସମୟ ବିଶ୍ରାମ ନେବା ପରେ ସେଠାରୁ ଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ଅନୁରୂପ ଭାବେ ୨ ଜଣଙ୍କୁ ସମୁଦ୍ର ସ୍ରୋତରେ ଭାସି ଯାଉଥିବା ବେଳେ ଲାଇଫଗାର୍ଡ ସଦସ୍ୟ ଉଦ୍ଧାର କରିଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories