www.samajalive.in
Saturday, December 13, 2025
26.1 C
Bhubaneswar

ବାଳକୃଷ୍ଣ ମହାପାତ୍ରଙ୍କ କବିତା ସଂକଳନ ‘ଶକ୍ତିରୂପା’ଲୋକାର୍ପିତ

ଭୁବନେଶ୍ୱର : ମାତୃଶକ୍ତି ଚିର ବନ୍ଦନୀୟ । ସେ ହେଉଛନ୍ତି ପରମ ଶକ୍ତି, ତାଙ୍କଠାରୁ ସକଳ ଦେବୀଙ୍କ ସୃଷ୍ଟି। ମା’ଙ୍କର ଅପାର କରୁଣାକୁ ଅନୁଭବ କରି ଏହାକୁ କବିତା ମାଧ୍ୟମରେ ପରିପ୍ରକାଶ କରି ନିଜର ସାହିତ୍ୟ ପ୍ରତିଭା ପରିପ୍ରକାଶ କରି ପାରିଛନ୍ତି ଗୀତିକାର ବାଳକୃଷ୍ଣ ମହାପାତ୍ର । ବୃତ୍ତିରେ ଜଣେ ଆଇନ ବିଶାରଦ ଓ ବିଚାରକ ହୋଇଥିଲେ ମଧ୍ୟ ତାଙ୍କ ସାହିତ୍ୟ ପ୍ରତିଭା କବିତା ସଂକଳନରେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ମହାପାତ୍ର ଓ ସୌଦାମିନୀ ମହାପାତ୍ରଙ୍କ କବିତା ସଂକଳନ ‘ଶକ୍ତିରୂପା’ର ଲୋକାର୍ପଣ ଉତ୍ସବରେ ଅତିଥିମାନେ ମତ ଦେଇଛନ୍ତି । ଭାଷା ପ୍ରକାଶନ ଦ୍ବାରା ପ୍ରକାଶିତ ଏହି କବିତା ସଂକଳନରେ ଶ୍ରୀ ମହାପାତ୍ରଙ୍କ ୫୧ଟି କବିତା ସ୍ଥାନିତ ହୋଇଥିଲା ବେଳେ ଶ୍ରୀମତୀ ମହାପାତ୍ରଙ୍କ ଦୀର୍ଘ କବିତା ରହିଛି । ପ୍ରକାଶକ ସଂଜିତ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ସୂଚନା ଆୟୁକ୍ତ ଜଳଦ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କବିଙ୍କର ବହୁମୁଖୀ ପ୍ରତିଭାର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ସୂଚନା ଆୟୁକ୍ତ ସୁଶାନ୍ତ କୁମାର ମହାନ୍ତି ଯୋଗଦେଇ କବିତା ସଂକଳନରେ କବିଙ୍କର ଭାବ ଓ ଭକ୍ତି ପ୍ରତିଫଳିତ ହୋଇଛି ବୋଲି କହିଥିଲେ। ଏହି ଅବସରରେ କବି ବାଳକୃଷ୍ଣ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ପୂର୍ବରୁ ୩ଟି ପ୍ରକାଶିତ କବିତା ସଂକଳନ ପାଇଁ ସହଜରେ ଲେଖି ପାରୁଥିଲି। ମାତ୍ର ‘ଶକ୍ତିରୂପା’ ପାଇଁ କିଛି ଶବ୍ଦ ପାଉ ନ ଥିଲେ। ଶେଷରେ ତାଙ୍କୁ ସବୁଆଡେ ମା’ଙ୍କ ରୂପ ଦେଖାଦେବା ସହ ପ୍ରତି କବିତାରେ ମା’ ଶବ୍ଦ ହିଁ ପ୍ରତିଫଳିତ ହୋଇଛି କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଶ୍ରୀ ମହାପାତ୍ରଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଲେଖନୀ ଚାଳନା ଜାରି ରଖିବାକୁ ଉତ୍ସାହିତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories