www.samajalive.in
Sunday, December 14, 2025
26.1 C
Bhubaneswar

ଯଶୀପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ

ଧାମର : ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ‘ଘରେ ଘରେ କଂଗ୍ରେସ- ଘରେ ଘରେ ହାତ’ କାର୍ଯ୍ୟକ୍ରମ ପାଇଁ ଯଶୀପୁର ଠାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଏକ ବିଶାଳ ବାଇକ ରାଲି ଯଶୀପୁର ବଜାର ପରିକ୍ରମା କରିବା ସହ ଶୁଭଦିଆ ଠାରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ଚାନ୍ଦବାଲି ବ୍ଲକର ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ର, ଦିଗମ୍ବର ଦାସ, ସତ୍ୟାନନ୍ଦ ରାଉତ ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟରେ ପିସିସି ସଭାପତିଙ୍କ ଆହ୍ୱାନ କ୍ରମେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସାଧାରଣ ଜନତାଙ୍କ ପାଖରେ ପହଂଚାଇବା ସହ ଆଗାମୀ ଦିନରେ ଉଭୟ କେନ୍ଦ୍ର ଏବଂ ବିଜେଡିକୁ ମୂଳପୋଛ କରିବା ସହ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଢିବ ବୋଲି ନିଜ ବକ୍ତବ୍ୟ ରଖିଥିଲେ। ଏହି କର୍ମୀ ସମ୍ମିଳନୀରେ ବୈଲୋଚନ ପଣ୍ଡା, ପ୍ରମିଳା ମାଝୀ, ଲକ୍ଷବଚ୍ଚ ଜେନା, ଶ୍ରୀବାସ ଦାସ, ଅଶୋକ ରାଉତ, ସନାତନ ନାୟକ, ବସନ୍ତ ନାୟକ,ଅଶୋକ ଦାସ, ଗଙ୍ଗାଧର ନାୟକ, ଶକ୍ତି ପ୍ରତାପ ବିଶ୍ୱାଳଙ୍କ ସମେତ ଶତାଧିକା କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories