www.samajalive.in
Monday, December 8, 2025
24.1 C
Bhubaneswar

ମୁଦିପଡ଼ା ଜଗନ୍ନାଥ ମନ୍ଦିରରେ ଭାଗବତ ସପ୍ତାହ

ସମ୍ବଲପୁର: ସ୍ଥାନୀୟ ମୁଦିପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ରାଧାଷ୍ଟମୀ ତିଥିରୁ ଆରମ୍ଭ ହୋଇ ଏହା ପୁର୍ଣ୍ଣିମା ତିଥି ପର୍ଯ୍ୟନ୍ତ ଚାଲିଥିଲା। ଜଗନ୍ନାଥ ମନ୍ଦିର ପୂଜକ ବ୍ୟୋମକେଶ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ସପ୍ତାହବ୍ୟାପୀ ଉତ୍ସବରେ ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲା ନିବାସୀ ବ୍ରଜେଶ୍ୱରୀ ଷଡଙ୍ଗୀ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ। ଅର୍ଡା ଗ୍ରାମର କମଳାକାନ୍ତ ପାଣିଗ୍ରାହୀ ଓ ଭତରାର ସଞ୍ଜୀବ ପୁରୋହିତ ଭାଗବତ ପାଠ କରିଥିଲେ। ପଣ୍ଡିତ ଅଜିତ ମିଶ୍ର ବିଭିନ୍ନ ଦିବସରେ ପୂଜାକାର୍ଯ୍ୟ କରିଥିଲେ। ଏହି ଧାର୍ମିକ ଅନୁଷ୍ଠାନରେ ମୁଦିପଡ଼ା ସମେତ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ଭାଗବତ ରସାମୃତ ପାନ କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories