ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଇଂରାଜୀ ବିଭାଗ ପକ୍ଷରୁ “ସ୍ଥାୟୀ ପରିବେଶ ଏବଂ ଅନ୍ତଃନିହିତ ପରିବେଶ ସାହିତ୍ୟ ଦୃଜନଶିଳତା ସିଦ୍ଧାନ୍ତ ଏବଂ ଅଭ୍ୟାସ” ଶୀର୍ଷକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପେନ ଷ୍ଟେଟ ୟୁନିଭେର୍ସିଟି ୟୁଏସଏର ପ୍ରଫେସର ଥମସ ଜେ ଲିନ ଯୋଗ ଦେଇ ମାନବ ଏବଂ ଜୀବଜନ୍ତୁଙ୍କ ଜୀବନ ସଙ୍କଟାପନ୍ନ ରହିଥିବା ନେଇ ଆଲୋକପାତ କରିବା ସହ ଏହି ପ୍ରକାର ସମ୍ମିଳନୀ ଆୟୋଜନର ଆବଶ୍ୟକତା ରହିଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିବେଶ ସୁରକ୍ଷା ସମ୍ମିଳନୀ କରୁଥିବାରୁ ଉଚ୍ଚ ପ୍ରଶଂସା କରିଥିଲେ। ବିଶ୍ୱବିଦ୍ୟାଳୟକୁ ପ୍ରଦୂଷଣ ମୁକ୍ତ ପାଇଁ ପଲିଥିନ, ପ୍ଲାଷ୍ଟିକ ବର୍ଜନ କରିବାକୁ କହିଥିଲେ। ବକ୍ତା ଭାବେ ବ୍ରାଜିଲର ଫେଡ଼ରାଲ ୟୁନିଭେର୍ସିଟି ଅଫ ପାରାନା ପ୍ରଫେସର ମିରିୟମ ଆଡେଲମେନ, ସମ୍ମାନିତ ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ପୋଲାଣ୍ଡ ୟୁନିଭେର୍ସିଟି ଅଫ ରିଜୋଓ ଡ଼. ପାଟରସିଜା ଓସଟିନ, ଡ଼. ଲୁକାଜ ବାରସିନସ୍କି, ଆସାମ ଡ୍ରିବୃଗଡ଼ ୟୁନିଭେର୍ସିଟି ପ୍ରଫେସର ମିର୍ଦୁଲ ବୋରଦଲୋୟୀ, ବାଂଲାଦେଶ ବ୍ରଜଲାଲ କଲେଜ ପ୍ରଫେସର ସରିଫ ଆଟିକୁଜାମାନ, ନେପାଳ ତ୍ରିଭୁବନ ୟୁନିଭେର୍ସିଟି ଡ଼. କୋମଲ ଫୁୟାଲ, ନେପାଳ ସେଣ୍ଟ୍ରାଲ ଡିପାର୍ଟମେଣ୍ଟ ଅଫ ଇଂଗଲିସ ଡ଼. ମନି ଭଦ୍ରକ ଗୌତମ, ନେପାଳ ତ୍ରିଭୁବନ ୟୁନିଭର୍ସିଟି ଡ଼. ହୁକୁମ ଥାପା, ଡ଼. ରାଜ କୁମାର ଗୁରୁଙ୍ଗ, ନେପାଳ ସେଣ୍ଟ୍ରାଲ ଡିପାର୍ଟମେଣ୍ଟ ଅଫ ଇଂଗଲିସ ଡ଼. ଟୋୟା ନାଥ ଉପାଧୟା, କାନାଡ଼ା ୟୁନିଭେର୍ସିଟି ମୋଟରିୟାଲ ଏରିନ ସାମାନଟ, କାନାଡ଼ାରୁ ଯାକେରି ହୋବସ, ଅଷ୍ଟ୍ରେଲିଆର କୋଟିନ ୟୁନିଭେର୍ସିଟି ଅଫ ଟେକ୍ନୋଲୋଜିର ଡ଼. ସୁନୀଲ ଗୋବିନାଗେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ସୃତି ଦାଶ ସମ୍ମିଳନୀର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଶୀର୍ଷକ ଉପରେ ୫୫ ଗବେଷକ, ଗବେଷିକା ସନ୍ଦର୍ଭ ପାଠ କରିଥିଲେ। ଶେଷରେ ବିଭାଗର ଡ଼. ଟି ଇଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କୁ ଉପଢୌକନ ସହ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ସମ୍ମିଳନୀରେ ୧୪ଟି ଦେଶର ଅତିଥି ଯୋଗ ଦେଇଥିବା ଜଣାପଡିଛି।
Popular Categories



