କଟକ: ଓଡ଼ିଶା ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ ଏବଂ ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ। ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କେର, ତେବେ କମିଟି ଗଠନ କରିବେ। ଅନୁରୋଧ ପରେ ୨ ମାସ ମଧ୍ୟରେ କମିଟି ଗଠନ ପାଇଁ ନିର୍ଦେଶ। ତେବେ ରତ୍ନଭଣ୍ଡାର ସମ୍ପତି ଓ ମରାମତି ଉପରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନାକଲେ। ଶ୍ରୀମନ୍ଦିର ପ୍ରଶାସନ କମିଟି ନେଇଥିବା ନିଷ୍ପତ୍ତିରେ ହସ୍ତକ୍ଷେପ ପାଇଁ ମନାକରିଛନ୍ତି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲା: ଗଠନ ହେବ ଉଚ୍ଚସ୍ତରୀୟ କମିଟି, ନିର୍ଦେଶ ଦେଲେ ହାଇକୋର୍ଟ
Popular Categories



