www.samajalive.in
Wednesday, December 10, 2025
16.1 C
Bhubaneswar

ଆତ୍ମରକ୍ଷା ପାଇଁ ମାରିଦେଲେ ଅପରାଧ ନୁହେଁ: ସୁପ୍ରିମକେର୍ଟ

ନୂଆଦିଲ୍ଲୀ : ଆତ୍ମରକ୍ଷାର ଅଧିକାର ଅତି ମୂଲ୍ୟବାନ ଅଧିକାର। ଆତ୍ମରକ୍ଷା ପାଇଁ ଯଦି କେହି ଆକ୍ରମଣକାରୀକୁ ମାରିଦିଏ; ତେବେ ତାହା ଉଦ୍ଦେଶ୍ୟମୂଳକ ହତ୍ୟା ପଦବାଚ୍ୟ ହେବ ନାହିଁ। ଏଭଳି ମତ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଏନ୍‍.ଭି ରମନା ଓ ଜଷ୍ଟିସ ମୋହନ ଏମ୍‍. ଶାନ୍ତନାଗୌଦର ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣିରେ କହିଛନ୍ତି ଯେ ଆତ୍ମରକ୍ଷା ପାଇଁ ଜଣେ ବ୍ୟକ୍ତି ଯେ କୌଣସି ପଦକ୍ଷେପ ନେଇପାରେ। ସେତେବେଳେ ଏହା ଆକ୍ରମଣକାରୀ ଉପରେ ଗର୍ହିତ କ୍ଷତି ପହଞ୍ଚାଇଥାଏ। ଆଇପିସି ଧାରା-୩୦୪(୧) ଅନୁସାରେ ଏହାକୁ ଉଦ୍ଦେଶ୍ୟମୂଳକ ହତ୍ୟା ଅପରାଧ ଭାବେ ବିଜେନା କରାଯାଇପାରିବ ନାହିଁ। ନିଜକୁ ବଞ୍ଚାଇବାର ଅଧିକାର ନାଗରିକର ରହିଛି ଓ ଏହା ତାର ସାମାଜିକ ଅଧିକାର। ୧୯୯୧ରେ ପଞ୍ଜାବର ଜଣେ ଗୃହରକ୍ଷୀ ଜଙ୍ଗିର ସିଂହ ଉଧାର ୧୦୦ଟଙ୍କା ପାଇଁ ସହକର୍ମୀ ଯଶବନ୍ତ ସିଂହଙ୍କ ସହିତ ଝଗଡ଼ା ହେଉହେଉ ଅପରପକ୍ଷକୁ ସର୍ଭିସ ରାଇଫଲରେ ମାରିଦେବା ଘଟଣାରେ ଏହି ପ୍ରସଙ୍ଗ ଉତ୍ଥାପିତ ହୋଇଛି। ହାଇକୋର୍ଟ ରାୟ ବିରୋଧରେ ଜଙ୍ଗିର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତାଙ୍କୁ ଉଧାର ଟଙ୍କା ମାଗିବାରେ ଅପମାନ ବୋଧ ହୋଇଥିଲା ଓ ଯଶବନ୍ତଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ସେ ଗୁଳି ମାରିଥିଲେ। ଏଥିରେ ଦୁର୍ଭାଗ୍ୟବଶତଃ ଯଶବନ୍ତ ପ୍ରାଣ ହରାଇଥିଲେ ବୋଲି ଜାଙ୍ଗିର ଦର୍ଶାଇଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ଜାଙ୍ଗିରଙ୍କୁ ମୁକ୍ତ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories