www.samajalive.in
Sunday, December 14, 2025
19.1 C
Bhubaneswar

ସ୍ପଷ୍ଟ କଲେ ବଡମ୍ବା କାନାରା ବ୍ୟାଙ୍କ୍ ମ୍ୟାନେଜର, ମାନସିକ ଭାରସାମ୍ୟ ହରାଇ ପଳାଇଥିଲି

କଳାପଥର(ବାଙ୍କୀ ) :  ବଡମ୍ବା କାନାରା ବ୍ୟାଙ୍କ ଶାଖା ପରିଚାଳକ ତପନ କୁମାର ସାହୁ ନିଖୋଜ ଘଟଣାରୁ ପରଦା ହଟିଛି। ତିନିଦିନ ଧରି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ଘଟଣା ପଛରେ ଅନ୍ୟ କାହାର ହାତ ନାହିଁ, ପରନ୍ତୁ ମୁଁ ନିଜେ ମାନସିକ ଭାରସାମ୍ୟ ହରାଇ ପଳାଇ ଯାଇଥିଲି ବୋଲି  ତପନ ପୁଲିସକୁ କହିଛନ୍ତି । ଏହା ସହିତ ଛୁଟିଦିନ ଥିବାରୁ ବାଙ୍କୀ କୋର୍ଟର ବିଚାରପତିଙ୍କ ବାସଭବନରେ ତାଙ୍କୁ ହାଜର କରାଯିବା ସମୟରେ ୧୬୧ ଧାରାରେ ନିଜର ମତ ରଖିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ , ଜଣେ ସୁସ୍ଥ ମସ୍ତିଷ୍କ ବ୍ୟକ୍ତି ନିଜର କର୍ତ୍ତବ୍ୟ ସ୍ଥଳକୁ ଆସୁଥିବା ବେଳେ ଆଉ ମାତ୍ର ୧୩ କିମି ଦୂରତା ପୂର୍ବରୁ ପୁନଶ୍ଚ ଅନ୍ୟତ୍ର ପଳାଇବା ଏବଂ ତାଙ୍କର ସନ୍ଧାନ ପାଇଁ ପ୍ରଶାସନକୁ ନାକେଦମ୍ କରିବା ଘଟଣା ସହଜରେ ହଜମ ହୋଇପାରୁନାହିଁ । ଯାହା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛି ସଂପୃକ୍ତ କାନାରା ବ୍ୟାଙ୍କ ମ୍ୟାନେଜର ବିବାହ ପୂର୍ବରୁ ଅନ୍ୟ ୨ ଜଣ ଯୁବତୀଙ୍କୁ ଭଲ ପାଉଥିଲେ । ବିଭିନ୍ନ ସମୟରେ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବ୍ରହ୍ମପୁରର ଡାକ୍ତରୀ ଛାତ୍ରୀ ( ଯାହାଙ୍କୁ ମଧ୍ୟ ପୂର୍ବରୁ ଭଲ ପାଉଥିଲେ ) ତାଙ୍କୁ ବିବାହ କରିଥିଲେ । ଏଥିନେଇ ପୂର୍ବ ପ୍ରେମିକାଙ୍କ ମଧ୍ୟରେ କୁଆଡେ ଅସନ୍ତୋଷ ଦେଖା ଦେଇଥିଲା। ପ୍ରତିଶ୍ରୁତିରୁ ପ୍ରତାରଣା କରିବା ପରେ ସେମାନଙ୍କ ପରିବାର ବର୍ଗ କୁଆଡେ କ୍ରୋଧିତ ଥିବା କୁହାଯାଉଛି । ଏହି କାରଣରୁ ଜଣେ ପ୍ରେମିକାଙ୍କ ପରିବାର ସଂପୃକ୍ତ ମ୍ୟାନେଜରଙ୍କ ଗତିବିଧି ଉପରେ ନଜର ରଖି ଏହାର ବଦଲା ନେବାକୁ ଚେଷ୍ଟା କରି ତାଙ୍କୁ ଅପହରଣ କରି ନେଇଥିଲେ ବୋଲି ସାରା ଅଞ୍ଚଳରେ ଆଲୋଚନା ହେଉଛି। ତେବେ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories