ନୂଆଦିଲ୍ଲୀ : ଅଂଶୁ ପ୍ରକାଶଙ୍କ ବଦଳିର ପ୍ରାୟ ସପ୍ତାହକ ବ୍ୟବଧାନରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ କୁମାର ଦେବଙ୍କୁ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରଶାସିତ ଅଞ୍ଚଳ ପାହ୍ୟାର ୧୯୮୭ ବ୍ୟାଚ୍ ଆଇଏଏସ୍ ଅଧିକାରୀ ବିଜୟ କୁମାରଙ୍କ ନିଯୁକ୍ତିକୁ ଶୁକ୍ରବାର ଅନୁମୋଦନ ମିଳିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଅତିରିକ୍ତ ଶାସନ ସଚିବ ଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ପରିଡ଼ାଙ୍କୁ ଅତିିକ୍ରମ କରି ତାଙ୍କୁ ପଦୋନ୍ନତି ଦିଆଯାଇଛି। ଆମ୍ ଆଦମି ପାର୍ଟି ବିଧାୟକ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ମାଡ଼ ଅଭିଯୋଗ ଆଣି ଅଂଶୁ ପ୍ରକାଶ ଚର୍ଚ୍ଚିତ ହୋଇଥିଲେ। ନିକଟରେ ତାଙ୍କୁ ଟେଲିକମ୍ ମନ୍ତ୍ରଣାଳୟକୁ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।
Popular Categories



