www.samajalive.in
Saturday, December 13, 2025
26.1 C
Bhubaneswar

ବନବିଭାଗର ଚଢାଉ; ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ସାମଗ୍ରୀ ଜବତ

କଣ୍ଟାବାଞ୍ଜି: ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗ ସ୍କ୍ଵାଡ୍‌ କଣ୍ଟାବାଞ୍ଜିରେ ଜଣେ କାଠ ବ୍ୟବସାୟୀଙ୍କ ଘରେ ଓ ଭଡ଼ାଘର ଗୋଦାମରେ ବଡ଼ ଧରଣର ଚଢାଉ କରିଛି। ଏଥିସହ ଲକ୍ଷାଧିକ ଟଙ୍କାର ଶାଗୁଆନ ପଟା, ଫର୍ନିଚର ତିଆରି ଯନ୍ତ୍ରାଂଶ ଏବଂ କାଠରେ ନିର୍ମିତ ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ଆଜି ସକାଳୁ କଣ୍ଟାବାଞ୍ଜି ଏନଏସି ଛକ ୱାର୍ଡ ୧ ନମ୍ବର ଧୂବାପଡାରେ ଥିବା ମୋହନ ଟାଙ୍ଗଙ୍କ ଘରେ ମାଜିଷ୍ଟ୍ରେଟ ତଥା ତହସିଲଦାର କଣ୍ଟାବାଞ୍ଜିଙ୍କ ଉପସ୍ଥିତରେ ଚଢାଉ କରାଯାଇଛି।

ସୂଚନା ଅନୁସାରେ, ବଲାଙ୍ଗୀର ସ୍ୱତନ୍ତ୍ର ବନବିଭାଗ କର୍ମଚାରୀ ଓ ପୁଲିସ ମିଳିତ ଭାବେ ଏକ ସ୍କ୍ଵାଡ୍‌ ଗଠନ କରି ଗୁରୁବାର ସକାଳୁ କଣ୍ଟାବାଞ୍ଜି ଏନଏସି ଛକ ନିକଟ ୱାର୍ଡ ନମ୍ବର ୧ ଧୂବାପଡାରେ ଥିବା ମୋହନ ଟାଙ୍ଗଙ୍କ ଘରେ ପ୍ରଥମେ ଚଡାଉ କରାଯାଇଥିଲା। ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ୩ଟି ଶୁଆ ପକ୍ଷୀ ମଧ୍ୟ ଉଦ୍ଧାର ହୋଇଥିବା ଏସିଏଫ ସୂଚନା ଦେଇଛନ୍ତି। ଛକ ନିକଟରେ ମୋହନଙ୍କ ବ୍ୟବସାୟିକ ତେଜରାତି ଦୋକାନରେ ଯାଞ୍ଚ ସମ୍ଭବ ହୋଇ ନପାରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇ ଜଗୁଆଳି ମୁତୟନ କରାଯାଇଥିବା ବନ ବିଭାଗ ସୂଚନା ଦେଇଛି।

- Advertisement -

ମୋହନଙ୍କ ଘରୁ ଶାଗୁଆନ କାଠରେ ନିର୍ମିତ ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି ବନବିଭାଗ। ପରେ ଟାଙ୍ଗଙ୍କ ଘର ପାଖରେ ଥିବା ଏକ ଭଡା ଘରେ ଟିମ୍ ଚଢାଉ କରି ବିପୁଳ ପରିମାଣର କାଠ ସାମଗ୍ରୀ ଜବତ କରିଛି। ଜବତ କାଠ ସବୁର ମାପଚୁପ ଜାରି ଥିବାବେଳେ ସଠିକ ମୂଲ୍ୟ ଜଣାପଡି ନଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ। ଚଢ଼ାଉ ଜାରି ରହିଥିବା ସମୟରେ ବେଆଇନ କାଠ ସାମଗ୍ରୀ ନିର୍ମିତ କରୁଥିବା କାଠ ବ୍ୟବସାୟୀ ମୋହନ ଟାଙ୍ଗକୁ ଅଟକ ରଖାଯାଇ ତଦନ୍ତ ପରେ କଣ୍ଟାବାଞ୍ଜି ରେଞ୍ଜରେ ପୃଥକ ଭାବରେ ୨ ଟି ମାମଲା ରୁଜୁ କରାଯାଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories