www.samajalive.in
Sunday, December 7, 2025
14.1 C
Bhubaneswar

ମୃତ ନାବାଳକ ପରିବାରକୁ ଭେଟିଲେ ବରିଷ୍ଠ ବିଜେପି ନେତା

କେଶଦୁରାପାଳ: ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଇଯାମଳା ଧୋବଣୀ ସାହିର ଜନଜାତି ପରିବାରର ୧୨ ବର୍ଷର ନାବାଳକ ଶୌଚ ହେବାକୁ ଯାଇ ମୋତିଲାଲ ମୁଣ୍ଡା ପୋଖରୀରେ ବୁଡିଯାଇ ତା’ର ମୃତ୍ୟୁ ଘଟିଥିଲା। ଖବର ପାଇ ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ଡ. ଶମ୍ଭୁନାଥ ରାଉତ ସେଠାରେ ପହଞ୍ଚି ମୃତକର ପିତା ପ୍ରଧାନ ମୁଣ୍ଡା ଓ ମାତା ଦ୍ରୌପଦୀ ମୁଣ୍ଡାଙ୍କ ସହ ଶୋକସନ୍ତପ୍ତ ପରିବାରରଙ୍କୁ ସମବେଦନା ଜଣାଇଛନ୍ତି। ମୃତକର ପିତାଙ୍କଠାରୁ ସମସ୍ତ ଖବର ନେଇ ପାଟଣାରେ ହୋଇଥିବା ଶବ ବ୍ୟବଚ୍ଛେଦ ଏବଂ ଘଟଗାଁ ଥାନାର ଏଫଆଇଆର ଆଧାରରେ ସରକାରଙ୍କ ତରଫରୁ ମିଳିବାକୁଥିବା ୪ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ପାଇଁ ଘଟଗାଁ ତହସିଲ ଦ୍ଵାରା କରିବାକୁ ଥିବା ତଦନ୍ତ ହୋଇ ନଥିବାରୁ ଶ୍ରୀ ରାଉତ କ୍ଷୋଭ ପ୍ରକାଶ କରିଥିଲେ। ଏଥିସହ ସଙ୍ଗେ ସଙ୍ଗେ ତହସିଲ ଅଫିସର ଦୃଷ୍ଟି ଆକର୍ଷଣ କରିଥିଲେ। ଶୁଦ୍ଧିକ୍ରିୟା ପାଇଁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ପାଇଁ ସରପଞ୍ଚଙ୍କୁ ଅନୁରୋଧ କରିବାସହ ନିଜ ତରଫରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories