www.samajalive.in
Wednesday, December 10, 2025
26.1 C
Bhubaneswar

ଋଣ ବୋଝ : ପୁଣି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବିନିକା : ଋଣ ବୋଝ ଅସହ୍ୟ ହେବାରୁ ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ ବଲାରଙ୍ଗା ଗ୍ରାମର ଯୁବ ଚାଷୀ ରାମଚନ୍ଦ୍ର ସେଠ୍‍ (୨୬) କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ସୁବର୍ଣ୍ଣପୁର ଜିଲାରେ ପ୍ରଥମ ଘଟଣା ବୋଲି ଜଣାପଡ଼ିଛି। ଗ୍ରାମର ପରମେଶ୍ୱର ସେଠ୍‍ଙ୍କ ଏକମାତ୍ର ପୁତ୍ର ରାମଚନ୍ଦ୍ର ସେଠ୍‍ (୨୬) ନିଜର ୧ ଏକର ଜମି ଓ ୩ ଏକର ଜମି ଭାଗ ଚାଷୀ ଭାବରେ ସମୁଦାୟ ୪ ଏକର ଜମି ଧାନ ଚାଷ କରିଥିଲେ। କିନ୍ତୁ ରୋଗପୋକ ପ୍ରାଦୁର୍ଭାବ ଯୋଗୁ ଚାଷରେ ଖର୍ଚ୍ଚ ହୋଇଥିବା ଟଙ୍କା ଅନୁଯାୟୀ ଅମଳ ପରିମାଣ ବହୁତ କମିଯାଇଥିବା ଜଣାପଡ଼ିଛି। ଏପରିକି ଭଲ ଅମଳ ପାଇଁ ଆଶା ରଖିଥିବା ଯୁବଚାଷୀ ରାମଚନ୍ଦ୍ର ନିକଟସ୍ଥ ସିନ୍ଦୁରପୁର ସେବା ସମବାୟ ସମିତିରୁ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଏବଂ ବିଭିନ୍ନ ସାହୁକାରଙ୍କଠାରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଚାଷ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି। ଫଳରେ ଚଳିତ ଖରିଫ ଚାଷରେ ଭଲ ଅମଳ ଆଶା ମଉଳି ଯାଇଥିବାରୁ ଯୁବଚାଷୀ ରାମଚନ୍ଦ୍ର ମାନସିକ ଭାରସାମ୍ୟ ହରାଇ ଗତ ୧୬ ତାରିଖ ରାତିରେ କୀଟନାଶକ ଔଷଧ ଖାଇ ଦେଇଥିଲେ। କିଛି ସମୟ ପରେ ବାନ୍ତି ହେବାରୁ ତାଙ୍କୁ ପ୍ରଥମେ ବିନିକା ଡାକ୍ତରଖାନା ପରେ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ୬ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି। ଫଳରେ ଏହି ଖବର ଆଜି ପ୍ରଚାରିତ ହେବା ପରେ ବିନିକା ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ଧାନ ଗଛରେ ଚକଡ଼ା ପୋକର ଗ୍ରାସକୁ ନେଇ ଚାଷୀ ମହଲରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ତେବେ ଏହି ଚାଷୀ ଆତ୍ମହତ୍ୟା ଘଟଣାଟି ସୁବର୍ଣ୍ଣପୁର ଜିଲାରେ ଚଳିତ ବର୍ଷ ପ୍ରଥମ ଘଟଣା ହୋଇଥିବାରୁ ଏ ଅଞ୍ଚଳରେ ଏହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories