www.samajalive.in
Saturday, December 13, 2025
26.1 C
Bhubaneswar

ବିପଦକୁ ହାତ ଠାରି ଡାକୁଛି ରାସ୍ତା ମଝିର ଗର୍ତ୍ତ

କଲମପୁର: ରାସ୍ତା ମଝିରେ ଗର୍ତ୍ତ। ତାହା ପୁଣି ଗଭୀର। ଯାହା ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଅନେକ ପଥଚାରୀ ଗର୍ତ୍ତରେ ପଡ଼ି ଆହତ ହୋଇ ସାରିଲେଣି। କେତେବେଳେ କାହାର କେଉଁ ଦଶା ହେବ ତାହା କହିହେବ ନାହିଁ। ଏ ହେଉଛି କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଗ୍ରାମ ଉନ୍ନୟନ ବିଭାଜନ ଧର୍ମଗଡ଼ ଅଧିନରେ ଥିବା ଘର୍ଲା ଏବଂ ଘୋଡ଼ାବନ୍ଧା ରାସ୍ତାର ଅବସ୍ଥା।

ସୂଚନାଯୋଗ୍ୟ ଯେ, ଗତ ୨୦୧୭/୧୮ ଆର୍ଥିକ ବର୍ଷରେ ଏହି ରାସ୍ତା ଘୋଡ଼ାବନ୍ଧା ଭଳି ଦୁର୍ଗମ ଅଞ୍ଚଳକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇ ନିର୍ମାଣ କରାଯାଇଥିଲା। ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପ୍ରାୟ ସାଢେ ୩ କିଲୋମିଟର ରାସ୍ତା ତିଆରି ହୋଇଥିଲା। କିନ୍ତୁ କିଛି ପୋଲ ନିର୍ମାଣରେ ସିମେଣ୍ଟ ସ୍ଲାବ ପରିବର୍ତ୍ତେ ହିମ୍‌‌ ପାଇପ ଦେଇ ପୋଲ ନିର୍ମାଣ କରାଯାଇଥିଲା। ଯାହା ଏବେ ଭାଙ୍ଗିଯାଇ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଉଭୟ ଗ୍ରାମର ଲୋକ ଗମନାଗମନ କରୁଥିବା ବେଳେ ଏବେ ଏହି ଗର୍ତ୍ତ ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହେଉଛି। ଘର୍ଲା ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିବାରୁ ଏହି ଗ୍ରାମର କୋମଳମତି ଶିଶୁମାନେ ବାବୁକେନ୍ଦୁଗୁଡା ପ୍ରାଥମିକ ବିଦ୍ୟାଳୟକୁ ପାଠପଢ଼ିବା ପାଇଁ ଯାଉଥିବାରୁ ଏହି ପୋଲ ଭାଙ୍ଗିଯିବା ଦ୍ୱାରା ସେମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଜନ ଗୁରୁତ୍ୱ ଦେବା ନେଇ ସାଧାରଣରେ ଦାବୀ ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories