www.samajalive.in
Saturday, December 13, 2025
15.1 C
Bhubaneswar

ଏପରି ସେବନ କରନ୍ତୁ ଫଳ,ପନିପରିବା.. ମିଳିଥାଏ ଗ୍ରହଙ୍କ ଶୁଭଫଳ

ବାର ଅନୁଯାୟୀ ଖାଦ୍ୟରେ ସାମିଲ କରନ୍ତୁ ଏହି ଫଳ , ପନିପରିବା ମିଳିବ ଶୁଭଫଳ..
ରବିବାର – ରବିବାର ସୂର୍ଯ୍ୟଙ୍କୁ ସମର୍ପିତ। ସୂର୍ଯ୍ୟ ଦେବତାଙ୍କୁ ଲାଲ ରଙ୍ଗର ଜିନିଷ ଅଧିକ ପ୍ରିୟ। ତେଣୁ ଏହି ଦିନ ଆପଣ ଭୋଜନରେ ଲାଲରଙ୍ଗର ଫଳ, ପନିବରିବା, ଡ଼ାଲି ଆଦି ସାମିଲ କରନ୍ତୁ। ଯେପରି ଫଳରେ ସେଓ, ଡ଼ାଳିମ୍ବ, ପନିପରିବାରେ ଟମାଟୋ, ଗାଜର, ବିଟ୍‍ , ଡ଼ାଲିରେ ମସୁର, ରାଜମା ଆଦି। ଏସବୁ ଚେଷ୍ଟା ଅନୁଯାୟୀ ସକାଳ ଓ ଖରାବେଳର ଭୋଜନରେ ହିଁ ସାମିଲ କରନ୍ତୁ।
ସୋମବାର – ସୋମବାରକୁ ଚନ୍ଦ୍ରମାଙ୍କ ଦିନ ବୋଲି କୁହାଯାଏ। ଏହିଦିନ ଧଳା ରଙ୍ଗର ଜିନିଷ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଯେପରି ଫଳରେ କଦଳୀ, ଅଙ୍ଗୁର, ପରିବାରେ ଆଳୁ, ଫୁଲକୋବି, ଭାତ, ଦହି ଖିରି, ବିରି ଡ଼ାଲି ଇତ୍ୟାଦି।
ମଙ୍ଗଳବାର – ମଙ୍ଗଳବାର ମଧ୍ୟ ରବିବାର ବାର ଭଳି ଲାଲ ରଙ୍ଗର ଫଳ ଓ ପନିପରିବା ସେବନ କରନ୍ତୁ।
ବୁଧବାର – ଏହି ଦିନ ଫଳ ଓ ପନିପରିବାରେ ଲାଉ , ଭେଣ୍ଢି, କାକୁଡ଼ି, ପଣସ, ପିଜୁଳି, ମୌସମୀ, ତରଭୂଜ ଏହାସହ ମୁଗଡ଼ାଲି ମଧ୍ୟ ଖାଇପାରିବେ।
ଗୁରୁବାର – ଏହି ଦିନ ଅଧିକାଂଶ ହଳଦିଆ ରଙ୍ଗର ଫଳ ଓ ପନିପରିବାର ବ୍ୟବହାର କରନ୍ତୁ। ଫଳରେ କମଳା, କଦଳୀ, ପାଚିଲା ଅମୃତଭଣ୍ଡା, ଏହାସହ ଡ଼ାଲିରେ ବୁଟ ଡ଼ାଲି, ଖେଚେଡ଼ି ଆଦି ସାମିଲ କରନ୍ତୁ।
ଶୁକ୍ରବାର – ଏହି ଦିନ ଧଳା ରଙ୍ଗ ଫଳ ଓ ପନିପରିବାର ଖାଦ୍ୟରେ ସାମିଲ କରନ୍ତୁ। ଯେପରି ଖିରି, ଭାତ, କୋବି, ପନୀର, ବିରି ଡ଼ାଲି ଆଦି।
ଶନିବାର – ଏହି ବାରରେ କଳା ଅଥବା ନୀଳ ରଙ୍ଗର ଫଳ ଓ ପନିପରିବାର ଅଧିକ ପ୍ରୟୋଗ କରନ୍ତୁ। ଯେପରି ବାଇଗଣ, କଳା ବିରି ଡ଼ାଲି, ଚଣା ଡ଼ାଲି ଆଦିର ବ୍ୟବହାର କରନ୍ତୁ।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories