www.samajalive.in
Tuesday, December 9, 2025
17.1 C
Bhubaneswar

ଗୋରୁଙ୍କ କବ୍‌ଜାରେ ଗଞ୍ଜାମ ସହର ମୁଖ୍ୟ ରାସ୍ତା

ଗଞ୍ଜାମ: ଗଞ୍ଜାମ ସହରରେ ସନ୍ଧ୍ୟାରେ ମୁଖ୍ୟ ରାସ୍ତାରେ ଗାଈ ଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଫଳରେ ସାଧାରଣରେ ଏହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ସନ୍ଧ୍ୟା ହେଲେ ରାସ୍ତାରେ ବାଇକ ଆରୋହୀ ଓ ପଥଚାରୀମାନେ ଯାତାୟତ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

ସୂଚନା ଯୋଗ୍ୟ ଯେ, ସନ୍ଧ୍ୟାରେ ଗାଈଗୋରୁମାନେ ବଡ଼ ବଜାରରୁ ସାନ ବଜାର ପର୍ଯ୍ୟନ୍ତ ରାସ୍ତା ଉପରେ ଶୋଇବା ସହ ପ୍ରତ୍ୟେକ ଦିନ ଏହି ସମସ୍ୟା ଦେଖିବାକୁ ମିଳିଥାଏ। ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ତଥାପି ପ୍ରଶାସନର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହି ସମୟରେ ଟ୍ରାଫିକ ସମସ୍ୟା ଦେଖାଦେଉଛି। ସମାଧାନ ପାଇଁ ସହରର ବିଭିନ୍ନ ସଂଗଠନ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିନାହିଁ। ଯଥା ପୂର୍ଵମ୍ ତଥା ପରମ୍ ଅବସ୍ଥା ହୋଇଛି। ବୁଲା ଗାଈ ଗୋରୁ ମାଲିକମାନଙ୍କୁ ନୋଟିସ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏନଏସି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। କିନ୍ତୁ ପ୍ରତିଶୃତି ଦେବାର ଚାରି ମାସ ବିତି ଯାଇଥିଲେ ମଧ୍ୟ ବୁଲା ଗାଈ ଗୋରୁ ମଲିକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ଗୋରୁ ଗାଈଙ୍କ ମାଲିକ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନି। ଏଥିସହ ସହରରେ ବୁଲୁଥିବା ଗାଈ ଗୋରୁଙ୍କ ପାଇଁ କାଓ ସେଡ ନିର୍ମାଣ କରାଯାଇ ସେଠାରେ ସେମାନଙ୍କୁ ରଖାଯାଇ ମାଲିକଙ୍କଠାରୁ ଜୋରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ ତାହା ଅଦ୍ୟବିଧି କାର୍ଯ୍ୟକାରୀ ହୋଇନାହିଁ। ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ ପାଇଁ ଯଥା ଶୀଘ୍ର ଉଦ୍ୟମ ଆରମ୍ଭ ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories