ନୂଆଦିଲ୍ଲୀ : ଉତ୍ତର ଇରାକର ହମଦାନିୟା ସହରରେ ଏକ ବିବାହ ସମାରୋହରେ ଏକ ବଡ ଧରଣର ଅଘଟଣ ଘଟିଥିବା ନେଇ ବୁଧବାର ଖବର ମିଳିଛି। ବିବାହ ସମାରୋହରେ ଅଗ୍ନିକାଣ୍ଡ ଘଟି ପ୍ରାୟ ଶହେ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୧୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ସୂଚନାନୁଯାୟୀ, ବିବାହ ସମାରୋହରେ ଆତସବାଜିର ବ୍ୟବହାର କରାଯାଇଥିଲା। ଏଥିଯୋଗୁଁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି। ଘଟଣାର ତଦନ୍ତ ଜାରି ରହିଛି।
ବଡ ଅଘଟଣ ; ବିବାହ ସମାରୋହରେ ଅଗ୍ନିକାଣ୍ଡ ; ୧୦୦ ମୃତ
Popular Categories



