ଅତ୍ୟାବଶ୍ୟକ ସାମଗ୍ରୀ ଆଇନ- ହରଡ଼ ଓ ବିରି ଡାଲିର ପ୍ରଚଳିତ ଷ୍ଟକ୍ ସୀମାର ଅବଧିଡିସେମ୍ବର ୩୧କୁ ବୃଦ୍ଧି
ନୂଆଦିଲ୍ଲୀ- କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଅଧୀନରେ ହରଡ଼ ଓ ବିରି ଡାଲିର ପ୍ରଚଳିତ ଷ୍ଟକ୍ ସୀମାର ଅବଧିକୁ ଅକ୍ଟୋବର ୩୦ରୁ ଡିସେମ୍ବର ୩୧କୁ ବୃଦ୍ଧି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଡିପୋରେ ହୋଲସେଲର ଏବଂ ବଡ଼ ଖୁଚୁରା ବେପାରୀଙ୍କ ଷ୍ଟକ୍ ସୀମା ୨୦୦ ମେଟ୍ରିକ୍ ଟନ୍ରୁ ୫୦ ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଛି ।
ମିଲର ମାନଙ୍କ ପାଇଁ ସୀମା ଗତ ୩ ମାସର ଉତ୍ପାଦନ କିମ୍ବା ବାର୍ଷିକ କ୍ଷମତାର ୨୫%ରୁ କମ୍ କରି ଦିଆଯାଇଛି। ଉପଭୋକ୍ତା ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ହରଡ଼ ଓ ବିରି ଡାଲି ଉପଲବ୍ଧ କରାଇବା ଓ ମୂଲ୍ୟ ବୃଦ୍ଧି ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଉପଭୋକ୍ତା ବ୍ୟାପାର ବିଭାଗର ପୋର୍ଟାଲରେ ଷ୍ଟକ୍ ସ୍ଥିତି ଘୋଷଣା କରିବେ।
Comments are closed.