www.samajalive.in
Sunday, December 14, 2025
26.1 C
Bhubaneswar

ଜିଲ୍ଲା ଲେଖିକା ପରିଷଦ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ୍ ଅନ୍ତର୍ଗତ ଶିଦ୍ଧିବିନାୟକ ପବ୍ଲିକ ସ୍କୁଲରେ ଜିଲ୍ଲା ଲେଖିକା ପରିଷଦ ବରଗଡ଼ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ପରିଷଦର ସଭାନେତ୍ରୀ କବିତା ରଥଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତାବିରା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସୁଦୂର ଛତିଶଗଡ଼ ରାଜ୍ୟ ବସନାର ସାହିତ୍ୟିକ ବିଦ୍ୟାଭୂଷଣ ଶତପଥୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ । ଅତାବିରା ଅତିରିକ୍ତ ତହସିଲଦାର ଅଙ୍କିତ ପଣ୍ଡା, ବ୍ୟାଙ୍କ୍ ଅଫ ବରୋଦାର ପ୍ରବନ୍ଧକ ଡୋଳାମଣି ପ୍ରଧାନ,ଉପ ପ୍ରବନ୍ଧକ କବିତା ନାଗ, ସିଦ୍ଧି ବିନାୟକ ସ୍କୁଲ୍ ର ନିର୍ଦ୍ଦେଶକ ବିଦ୍ୟୁତ୍ ଦାଶ, ଛତିଶଗଡ଼ ସରେଇପଳିର ଅବସର ପ୍ରାପ୍ତ ହିନ୍ଦୀ ଅଧ୍ୟାପିକା ସନ୍ଧ୍ୟା ଭୋଇ,ସରିତା ଦାଶ , ମନମୋହନ ଦାଶ ,ସମ୍ପାଦିକା ତପସ୍ଵିନୀ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ । ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପ୍ରଥମେ ଗଙ୍ଗାଧରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ତଥା ଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଶିକ୍ଷକ ପ୍ରକାଶ ପ୍ରଧାନ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ପରିଷଦର ସମ୍ପାଦିକା ଶ୍ରୀମତୀ ମହାପାତ୍ର ବିବରଣୀ ପଠନ କରିଥିଲେ ।ଉପସଭାନେତ୍ରୀ ଅନସୂୟା ଦେବତା ସ୍ଵାଗତ ଅଭିଭାଷଣ,ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ମଞ୍ଚାସିନ ଅତିଥି ମାନେ ଗଙ୍ଗାଧର ସାହିତ୍ୟ ସମାଜର ଆତ୍ମା ଓ ଜୀବନର ପ୍ରତିଚ୍ଛବି, ତେଣୁ ତାଙ୍କରି ସୃଷ୍ଟିକୁ ଲୋକାଭିମୁଖୀ କରି ଜନ ମାନସରେ ପ୍ରତିଫଳିତ କରେଇବା , ସର୍ବବ୍ୟାପୀ କରିବାରେ ଆମର ଅଗ୍ରଣୀ ଭୂମିକା ହେବା ଉଚିତ ବୋଲି ଏହି ସାହିତ୍ୟ ସଭାରେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପୂର୍ବରୁ ବିଦ୍ୟାଳୟ ମାନଙ୍କରେ କରାଯାଇଥିବା ବକୃତା ପ୍ରତିଯୋଗିତାରେ ପ୍ରଥମ ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୧୮ ଜଣ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ବ୍ୟାଙ୍କ୍ ଅଫ ବରୋଦା ପକ୍ଷରୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୋବିନ୍ଦ ପାଲି ମଧ୍ୟ ଇଂରାଜୀ ସ୍କୁଲ୍ ର ଛ।ତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ତଥା ସିଦ୍ଧି ବିନାୟକ ସ୍କୁଲ୍ ର ଛ।ତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ, ସ୍କୁଲ୍ ପରିଚାଳିକା ପ୍ରଭାସିନୀ ଦାଶ ,ସାମ୍ବାଦିକ ନବୀନ ଦାଶ, ଜନକ ରାମ ଦାଶ ଓ ଆକାଶ ମିଶ୍ର, କବୟିତ୍ରୀ କୁନୁମତି ଦୋରା ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛ।ତ୍ର, ଛ।ତ୍ରୀ, ଅଭିଭାବକ, ଅଭିଭ।ଵିକା, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରୀତି ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories