www.samajalive.in
Saturday, December 13, 2025
14.1 C
Bhubaneswar

ଅପରାଧିଙ୍କ ପୁଲିସକୁ ଖୋଲା ଚ୍ୟାଲେଞ୍ଜ -ସ୍ପଷ୍ଟ ଦିବାଲୋକରେ ସୁନା ଦୋକାନରୁ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟ ଲୁଟରେ ସାମିଲ ୫ ଜଣ ଲୁଟେରା

ସମ୍ବଲପୁର: ସମ୍ବଲପୁର ପୁଲିସର ଢିଲା କାର୍ଯ୍ୟଶୈଳୀ ତାହା ଉପରେ ଦିନକୁ ଦିନ ଭାରି ପଡୁଛି ଏବଂ ଏଥିପାଇଁ ଜନତାଙ୍କ ସୁରକ୍ଷା ବାଜିରେ ଲାଗି ଯାଇଛି। ରବିବାର ପୁଲିସକୁ ୫ ଜଣ ଅପରାଧି ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ସହରର ଉପକଣ୍ଠସ୍ଥ ମାନେଶ୍ୱର ସ୍ଥିତ ମାନଧାତା ବାବା ଜ୍ୟୋଲେରୀ ଦୋକାନରୁ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟ କରି ନେଇଛନ୍ତି। ଲୁଟେରାମାନେ ଦୋକାନକୁ ୨ଟି ବାଇକରେ ଆସି ପ୍ରବେଶ କରିଥିଲେ। ଅଚାନକ ବନ୍ଧୁକ ମୁନରେ ଦୋକାନର ମାଲିକ ଓ କର୍ମଚାରୀମାନଙ୍କୁ ଭୟଭୀତ କରି ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନାଗହଣା ଲୁଟି ନେଇଥିଲେ।

ଏ ସମ୍ପର୍କରେ ଦୋକାନର ମାଲିକଙ୍କ ସମ୍ପର୍କୀୟ ଅନନ୍ତ ଚରଣ ସାହୁ କହିଛନ୍ତି ଯେ, ଅଚାନକ ୫ ଜଣ ଯୁବକ ୨ଟି ବାଇକରେ ଦୋକାନକୁ ଆସିଥିଲେ। ଦୋକାନରେ ଥିବା ସମସ୍ତ ସୁନା, ରୂପା ଗହଣା ଗୁଡିକ ବନ୍ଧୁକ ମୁନରେ ଲୁଟି ନେଇଥିଲେ। ସେମାନେ ସମସ୍ତେ ଓଡିଆରେ କଥା ହେଉଥିଲେ। ସମସ୍ତଙ୍କର ମୁହଁ ସିସିଟିଭିରେ କଏଦ ହୋଇଛି ଓ ଏହାକୁ ଯାଞ୍ଚ ପରେ ପୁଲିସ ଲୁଟେରାମାନଙ୍କୁ ଗିରଫ କରିବାରେ ସହଜ ହୋଇପାରିବ ବୋଲି ଶ୍ରୀ ସାହୁ କହିଛନ୍ତି। ଲୁଟ ପରେ ଲୁଟେରାମାନେ ସମ୍ବଲପୁର ପଟକୁ ଫେରାରା ହୋଇଥିବା ସିସିଟିଭିରୁ ଜଣାପଡୁଛି। ଘଟଣା ସମ୍ପର୍କରେ ସଦର ପୁଲିସ ଖବର ପାଇ ମାମଲା ୨୬୫/୨୦୨୩ ରୁଜୁ ସହ ଘଟଣାର ତଦନ୍ତ କରୁଛି। ସଦର ଏସଡିପିଓ ପ୍ରଦୀପ ସାହୁଙ୍କ ସମେତ ଆଖପାଖ ଅଞ୍ଚଳର ଥାନାଧିକାରୀ, ଫୋରସୋନିକ ଦଳ ଓ ଡଗ ସ୍ୱାର୍ଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି।

- Advertisement -

ସିସିଟିଭିରୁ ସ୍ପଷ୍ଟ ଜଣାପଡୁଛି ଯେ, ଡକାୟତ ମାନେ ପୂର୍ବରୁ ଦୋକାନକୁ ଭଲ ଭାବରେ ରେକି କରିଥିଲେ। ମାନେଶ୍ୱରର ଉପକଣ୍ଠ ଓ ଜାତୀୟ ରାଜପଥ କଡରେ ସ୍ଥିତ ଏହି ଅଳଙ୍କାର ଦୋକାନରେ ପ୍ରବେଶ କରିବା ଏବଂ ଅନାୟସରେ ଲୁଟ ପରେ ନିର୍ଭୟରେ ଫେରାର ହେବା ଘଟଣା ସିସିଟିଭିରେ କଏଦ ହୋଇଯାଇଛି। ସିସିଟିଭି ରେକର୍ଡକୁ ଦେଖିଲେ ଜଣାପଡୁଛି ଯେ, ଡକାୟତମାନେ ଏହି ଦୋକାନ ସମ୍ପର୍କରେ ସେମାନଙ୍କ ନିକଟରେ ସବୁ ତଥ୍ୟ ରହିଛି ଏବଂ ସେମାନେ ଦୋକାନରୁ ସୁନାଗହଣା ଗୁଡିକ ବ୍ୟାଗ ଗୁଡିକରେ ଭର୍ତ୍ତି କରୁଥିବାର ସ୍ପଷ୍ଟ ଦେଖାଯାଉଛି। ଏହି ଘଟଣାକୁ ନେଇ ଏବେ ସମ୍ବଲପୁର ପୁଲିସ ବିଭିନ୍ନ ଦଳ ଗଠନ କରି ଲୁଟେରାମାନଙ୍କୁ ଧରିବାର ପ୍ରୟାସ କରୁଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories