www.samajalive.in
Monday, December 15, 2025
26.1 C
Bhubaneswar

ଭବାନୀପାଟଣା ସମେତ କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳିତ

ଭବାନୀପାଟଣା: ମାଣିକେଶ୍ଵରୀଙ୍କ ପୀଠ ସ୍ଥଳୀ ଭବାନୀପାଟଣା ସହରରେ ରବିବାର ଲୋକେ ନୂଆଁ ଖାଉଛନ୍ତି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ମା’ ମାଣିକେଶ୍ଵରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ପୂର୍ବ ସ୍ଥିରୀକୃତ ଲଗ୍ନ ଅନୁଯାୟୀ, ସକାଳ ୬ ଟା ୩୦ ମିନିଟରୁ ୮ ଟା ୫୦ ମିନିଟ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥିଲା । ସେଥିପାଇଁ ମା’ ମାଣିକେଶ୍ଵରୀଙ୍କ ମନ୍ଦିରରୁ ଭୋଗ ଏବଂ ନବାନ୍ନ ନେବାକୁ ସହରବାସୀ ମନ୍ଦିରକୁ ଆସିଥିଲେ । ସହରବାସୀ ମଧ୍ୟାହ୍ନ ୧ଟା ୧୦ରୁ ଅପରାହ୍ନ ୩ଟା ମଧ୍ୟରେ ନୂଆଁ ଖାଇବା ପାଇଁ ରାଜ ପୁରୋହିତମାନେ ଲଗ୍ନ ଧାର୍ଯ୍ୟ କରିଥିଲେ । ତେବେ ସକାଳୁ ମନ୍ଦିରରୁ ଭୋଗ ଏବଂ ନବାନ୍ନ ନେବାପରେ କିଛି ଲୋକ ନୂଆଖାଇ ସାରିଥିବା ସୂଚନା ମିଳିଛି । ତେବେ କେବଳ ଭବାନୀପାଟଣା ନୁହେଁ ଲାଞ୍ଜିଗଡ, କର୍ଲାପାଟ, ଥୁଆମୂଳ ରାମପୁର, ଜୟପାଟଣା ସହର, ମହୁଲ ପାଟଣା, ମଦନପୁର ରାମପୁର ଭଳି ଗଡ଼ଜାତ, ଜମିଦାରୀ ଅଞ୍ଚଳ ଲୋକେ ମଧ୍ୟ ଆଜି ନୂଆଁ ଖାଉଛନ୍ତି । ସମଗ୍ର ପଶ୍ଚିମ ଓଡ଼ିଶାବାସୀ ପଞ୍ଚମୀ ତିଥିରେ ନୂଆଁ ଖାଇଥିବା ବେଳେ କଳାହାଣ୍ଡିର ଏସବୁ ଅଞ୍ଚଳରେ ଦଶମୀ ତିଥିରେ ଲୋକେ ନୂଆଁ ଖାଇଥାନ୍ତି । ଗଡ଼ଜାତ ଅମଳରୁ ଭାଦ୍ରବ ଶୁକ୍ଳ ପକ୍ଷ ଦଶମୀ ତିଥିରେ ମା’ ମାଣିକେଶ୍ଵରୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥାଏ । ହେଲେ ଅଧୁନା ଗଡ଼ଜାତ ନଥିଲେ ମଧ୍ୟ ମା’ ମାଣିକେଶ୍ଵରୀଙ୍କ ପ୍ରତି ଭକ୍ତି ଭାବର ପ୍ରଦର୍ଶନ ସ୍ୱରୂପ ଦଶମୀ ତିଥିରେ ଲୋକେ ନୂଆଁଖାଇର ପରମ୍ପରା ଆଜି ବି ବଜାୟ ରଖିଛନ୍ତି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories