www.samajalive.in
Saturday, December 13, 2025
21.1 C
Bhubaneswar

ବିହାରରେ ୨୩୩କୋଟିର ମହାଦୁର୍ନୀତି ଧରିଲା ସିଏଜି

ନୂଆଦିଲ୍ଲୀ: ଦୁର୍ନୀତି ସହ ବିହାରର ବେଶ୍‍ ଘନିଷ୍ଠ ସମ୍ପର୍କ। ବିହାରର ରାଜନୈତିକ ଇତିହାସକୁ ତର୍ଜମା କଲେ ଏକାଧିକ ଦୁର୍ନୀତି ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିଥିବାର ପ୍ରମାଣ ରହିଛି। ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଏବେ ଜେଲରେ ଅଛନ୍ତି। ଏଭଳି ଆହୁରି କେତେକ ଦୁର୍ନୀତି ପ୍ରସଙ୍ଗରେ ବିହାରକୁ ଲଜ୍ଜାଜନକ ସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ତଥାପି ଉକ୍ତ ରାଜ୍ୟର ନେତାମାନେ ସେମାନଙ୍କ ଚିରାଚରିତ ଅଭ୍ୟାସରେ କୌଣସି ପରିବର୍ତ୍ତନ ଆଣି ପାରିନାହାନ୍ତି। ଏହାର ଜ୍ୱଳନ୍ତ ପ୍ରମାଣ ସାମ୍ନାକୁ ଆଣିଛି ସିଏଜି। ବିହାରର କେବଳ ଦୁଇଟି ଜିଲାରେ ୨୩୩କୋଟି ୨୩ଲକ୍ଷ ଟଙ୍କାର ମହାଦୁର୍ନୀତି ସମ୍ପର୍କରେ ସୁରାକ ଦେଇଛି ସିଏଜି। ଗୟାଘାଟର ଅମୀତ କୁମାର ନାମକ ଜଣେ ଆରଟିଆଇ କର୍ମୀଙ୍କ ଦ୍ୱାରା ଆବେଦନକୁ ଭିତ୍ତି କରି ଆରମ୍ଭ ହୋଇଥିବା ଅଡିଟରେ ଏଭଳି ଦୁର୍ନୀତି ସାମ୍ନାକୁ ଆସିଛି।
କେବଳ ମୁଜାଫରପୁର ଜିଲାରେ ୨୦୧୧ରୁ ୨୦୧୬ ମଧ୍ୟରେ ହୋଇଥିବା ଦୁଇଟି ଅଡିଟ ରିପୋର୍ଟରେ ସିଏଜି ୧୦୨କୋଟିର ଆର୍ଥିକ ଅନିୟମିତତା ଥିବା ପ୍ରମାଣ ପାଇଛି। ସେହିପରି ଦରଭଙ୍ଗା ଜିଲାର ଅଡିଟ ରିପୋର୍ଟରେ ୧୩୧କୋଟିର ଅର୍ଥିକ ଅନିୟମିତତାର ପ୍ରମାଣ ମିଳିଛି।
ସିଏଜି ରିପୋର୍ଟ ଅନୁଯାୟୀ, ବନ୍ୟା ପ୍ରଭାବିତ ଲୋକଙ୍କୁ ପ୍ରଦାନ କରିବାକୁ ଥିବା ପ୍ୟାକେଟ ପାଇଁ ବ୍ୟାଙ୍କରୁ୧୧ଲକ୍ଷ ୫୮ହଜାର ବେଆଇନ ଉଠାଣ ହୋଇଛି। ସେହିପରି ଦରଭଙ୍ଗରେ ୨୦୧୫ ଆର୍ଥିକ ବର୍ଷରେ ହୋଇଥିବା ଅଡିଟରେ ଦୁର୍ନୀତି ହୋଇଥିବା ପ୍ରମାଣ ମିଳିଛି।
ସିଏଜିର ଏହି ରିପୋର୍ଟ ପୂର୍ବରୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଆର୍ଥିକ ଅନିୟମିତତାକୁ ଭିତ୍ତି କରି ଆରଟିଆଇ କର୍ମୀ ଉକ୍ତ ଘଟଣାର ଯାଞ୍ଚ କରିବାକୁ ଆବେଦନ କରିଥିଲେ। ତେବେ ଆରଟିଆଇ କର୍ମକର୍ତ୍ତାଙ୍କ ଏହି ଆବେଦନ ସରକାରୀ ଦପ୍ତର ମଧ୍ୟରେ ଫାଇଲ ତଳେ ଚାପି ହୋଇ ରହିଯାଇଛି। ଶେଷରେ ବାଧ୍ୟ ହୋଇ ଆରଟିଆଇ କର୍ମକର୍ତ୍ତା ଅମୀତ କୁମାର ପାଟନା ଉଚ୍ଚ ନ୍ୟାୟାଳୟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏପରି ପରିସ୍ଥିତିରେ ଜିଲା ପ୍ରଶାସନ ପକ୍ଷରୁ ଘଟଣା ସମ୍ପର୍କରେ ଅବଗତ ନଥିବାରୁ ବିଳମ୍ବ ହେଲା ବୋଲି ସୂୂଚନା ଦେବା ସହ ଖୁବ ଶୀଘ୍ର ତଦନ୍ତ ଆରମ୍ଭ ହେବ ବୋଲି ପ୍ରକାଶ କରାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories