www.samajalive.in
Saturday, December 13, 2025
26.1 C
Bhubaneswar

ଋଣ ଟଙ୍କା ନେଇ ମହିଳା ଗୋଷ୍ଠୀ ମୁଖ୍ୟ ଫେରାର; ଥାନାରେ ଅଭିଯୋଗ

କାମାକ୍ଷାନଗର: ଏବେ ଗାଁ ଗହଳିର ଅନେକ ଅଞ୍ଚଳରେ ବ୍ୟାପି ସାରିଲାଣି ଘରୋଇ ଋଣ। ଯାହା ଫଳରେ ଅନେକ ଗରିବ ଅସହାୟ ନିଷ୍ପେସିତ ପରିବାର କିସ୍ତି ସୁଝି ନପାରି ଓଡ଼ିଶା ବାହାରକୁ ଚାଲି ଯାଉଛନ୍ତି ଦାଦନ ଖଟିବାକୁ ତ ଆଉ କିଏ ଆତ୍ମହତ୍ୟା କଲାଣି। ଅନେକ ଗ୍ରାମ ପୁରୁଷ ଶୂନ୍ୟ ହୋଇ ଗଲାଣି। କିଏ ଅନ୍ୟ ନାଁରେ ଲୋନ୍ କରି ପଇସା ଉଠାଇ ଓଡ଼ିଶା ବାହାରକୁ ଚମ୍ପଟ୍ ମାରିଲାଣି ତ ଆଉ କିଏ ଅନ୍ୟ ନାଁରେ ଟଙ୍କା ଉଠାଇ ଘରେ ରହି ନାଲିଆଖି ଦେଖାଇଲାଣି। ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି କାମାକ୍ଷାନଗର ଉପଖଣ୍ଡର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତରୁ। ବିଭିନ୍ନ ମହିଳା ଗ୍ରୁପ ସଭ୍ୟମାନଙ୍କଠାରୁ ୮ଟି ମାଇକ୍ରୋଫାଇନାନ୍ସର ବିଭିନ୍ନ ଏଜେନ୍ସିରୁ ଋଣ କରି ସାପ୍ତାହିକ, ୧୫ଦିନିଆ ଓ ମାସିକିଆ ଋଣ ପରିଶୋଧ କରି ଆସୁଥିଲେ। କିନ୍ତୁ ବଡ ଦୁଃଖର ବିଷୟ କଣ୍ଟାପାଳ କଲୋନୀ ୨ର ମହିଳା ଗୋଷ୍ଠୀର ମୁଖ୍ୟ ବନିତା ସିଂହ, ସ୍ବାମୀ ଶାନ୍ତନୁ ସିଂହ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ମହିଳାମାନଙ୍କଠାରୁ କାଗଜ ପତ୍ର, ଫଟୋ ଓ ଟିପ ଚିହ୍ନ ନେଇ ପ୍ରତି ମହିଳାଙ୍କ ପିଛା ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜାଲିଆତି କରି ଫେରାର ହୋଇ ଯାଇଛନ୍ତି। ଋଣ କରିବା ସମୟରେ ମହିଳା ଜଣକ କୁହନ୍ତି, ଆସ ଲୋନ୍ ଚେକ୍ କରିବା। ଫିଙ୍ଗର ଦେଇସାରିବା ପରେ କୁହନ୍ତି ତୁମ ନାଁରେ ଲୋନ୍ ହୋଇପାରିବ ନାହିଁ। ଫିଙ୍ଗର ଦେଇ ସାରିବା ପରେ କିଛି ସମୟ ଛାଡି ମହିଳା ଜଣଙ୍କ ସେଠାକୁ ଯାଇ ଟଙ୍କା ନେଇ ଆସନ୍ତି। ଟଙ୍କା ନେଇ ମହିଳା ଦଳର ମୁଖ୍ୟ ଫେରାର ଥିବା ବେଳେ ବର୍ତ୍ତମାନ ଋଣ ଦେଇଥିବା କମ୍ପାନୀର ଏଜେଣ୍ଟମାନେ ଆସି ମହିଳାମାନଙ୍କ ଘରେ ବସୁଛନ୍ତି। ଟଙ୍କା ନ ଦେଇ ପାରିଲେ ଅସଭ୍ୟ ଭାଷାରେ ଗାଳି କରିବା ସହିତ ରାତି ଅଧରେ ଗାଁ ମଝିରେ ମହିଳାମାନଙ୍କୁ ଡାକି ବେଜିତ୍ କରୁଛନ୍ତି ବୋଲି ମହିଳାମାନେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଘରେ ଘରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା ସହ ମନାନ୍ତର ଦେଖା ଦେଲାଣି। ମହିଳା ଲିଡର ବନିତା ସିଂହ ଆଗରୁ ଲୋକଙ୍କ ନାଁରେ ଆଣିଥିବା ଲୋନ୍ ଭଲରେ ସୁଝି ଦେଉଥିଲେ କିନ୍ତୁ ଦୁଇ ମାସ ହେବ ଗ୍ରାମର ମହିଳାମାନଙ୍କୁ ଚକମା ଦେଇ ଫେରାର ଅଛନ୍ତି। ଯାହା ଫଳରେ ମହିଳାମାନେ ବନିତା ସିଂହ ଓ ଶାନ୍ତନୁ ସିଂହଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ପ୍ରତି ଉତ୍ତର ମିଳି ପାରୁନାହିଁ। ଏନେଇ ବିଭିନ୍ନ ଗ୍ରୁପ ସେଣ୍ଟର ମହିଳାମାନେ ମିଳି ମିଶି କଙ୍କଡ଼ାହାଡ଼ ଥାନାରେ ଏକ ଅଭିଯୋଗ କରିଛନ୍ତି। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ଗୋଟିଏ ଅଞ୍ଚଳରେ ୮ଟି ଘରୋଇ ବ୍ୟାଙ୍କ୍ ଲୋନ୍ ଦେଲେ କେମିତି ? ପ୍ରକୃତରେ ଋଣ ଉଠାଉଥିବା ମହିଳା ହିତାଧିକାରୀଙ୍କ ଘରକୁ ଯାଇ ତଦନ୍ତ କରି ଲୋନ୍ ଦିଆଯାଇଥିଲା ନା ପର୍ସେଣ୍ଟ ପାଇବା ବଦଳରେ ନିଜ ସ୍ତ୍ରୀର ଫଟୋ ପାଖରେ ଅନ୍ୟ ପୁରୁଷର ଫଟୋକୁ ମାରି ନିଜ ସ୍ୱାମୀର ପରିଚୟ ଦେଇ ଲୋନ୍ ଦିଆ ଯାଇଥିଲା ଏନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories