ଡେସ୍କ: କେନ୍ଦ୍ର ସରକାର ଦେଶରେ ରେଳ ଦୁର୍ଘଟଣା ଏବଂ ଅଘଟଣରେ ମୃତକ ଏବଂ ଆହତ ଯାତ୍ରୀଙ୍କୁ ଦିଆଯାଉଥିବା ସହାୟତା ରାଶି ବୃଦ୍ଧି କରିଛନ୍ତି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଣିକି ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତମାନଙ୍କୁ ୨ ଲକ୍ଷ ପଚାଶ ହଜାର ଟଙ୍କା ସହାୟତା ଅର୍ଥ ପ୍ରଦାନ କରାଯିବ। ସାମାନ୍ୟ ଆହତମାନଙ୍କୁ ପଚାଶ ହଜାର ଟଙ୍କା ଦିଆଯିବ।
ରେଳ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, କୌଣସି ଅଘଟଣ ଘଟିଲେ ମୃତକଙ୍କ ପରିବାରକୁ ୧ ଲକ୍ଷ ୫୦ ହଜାର ଟଙ୍କା, ଗୁରୁତର ଆଘାତ ପାଇଁ ୫ ହଜାର ଟଙ୍କା ଏବଂ ସାମାନ୍ୟ ଆଘାତ ପାଇଁ ୫ ହଜାର ଟଙ୍କା ପ୍ରଦାନ କରାଯିବ। ମନ୍ତ୍ରଣାଳୟ କହିଛି ଯେ ଗୁରୁତର ଆହତ ବର୍ଗରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଯାତ୍ରୀଙ୍କୁ ୩୦ ଦିନ ପାଇଁ ଅତିରିକ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ। ମନ୍ତ୍ରଣାଳୟ କହିଛି ଯେ ତୁରନ୍ତ ରିଲିଫ ଭାବରେ ସର୍ବାଧିକ ୫୦ ହଜାର ଟଙ୍କା ନଗଦ ଆକାରରେ ପ୍ରଦାନ କରାଯିବ।



